କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଙ୍କ ସାମ୍ବାଦିକ ସମ୍ମିଳନୀ


କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) ଲୋକଙ୍କ ଲାଗି ଲଢ଼ୁଥିବା ତଥା ଏ ଅଞ୍ଚଳର ବିକାଶ କଥା କହୁଥିବା ସାଧାରଣ ପରିବାରର ଲୋକଙ୍କୁ ନିର୍ବାଚନରେ ଜିତାନ୍ତୁ, ପରିବାରବାଦକୁ ପ୍ରତ୍ୟାଖ୍ୟାନ କରନ୍ତୁ । ଶ୍ରୀ ପ୍ରମୋଦ ମିଶ୍ର ବିଶିଷ୍ଟ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଆଜି କଣ୍ଟାବାଞ୍ଜି ଗ୍ରସ୍ତରେ ଆସି ସ୍ଥାନୀୟ ହରିଭବନ ଠାରେ କୋଶଲବାଦୀ ସଂଗଠକ ତଥା ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲା ଓ ରାଜନୈତିକ ପଶ୍ଚିମ ଓଡିଶାକୁ ନେଇ କରାଯାଉଥିବା ସ୍ୱତନ୍ତ୍ର କୋଶଲ ପ୍ରଦେଶ ଆନ୍ଦୋଳନ କୁ ସମସ୍ତେ ସହଯୋଗ କରିବାକୁ ଏହି ଅବସରରେ ସେ ଆହ୍ୱାନ ଦେଇଥିଲେ । ଏହା ଛଡା ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ରାଜନୈତିକ ମାନଚିତ୍ର ପରିବର୍ତ୍ତନ କରିବାପାଇଁ ମଧ୍ୟ ସେ ଆହ୍ୱାନ ଦେଇଥିଲେ । ଆଗାମୀ ନିର୍ବାଚନରେ ସ୍ୱତନ୍ତ୍ର ରାଜ୍ୟ ଦାବି ପ୍ରତି ସମର୍ଥନ ରଖି ନଥିବା ନେତା ମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ସହ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ରାଜନୈତିକ ବ୍ୟବସାୟ ଚଳାଇଥିବା ପରିବାର ମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରୀ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଓ କୋସଳାଞ୍ଚଳର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବହୁବିଧ ସମସ୍ୟା ସମାଧାନ ହୋଇ ନ ଥିବା କାରଣରୁ ଶ୍ରୀ ମିଶ୍ର ଶୋକପ୍ରକାଶ କରିବା ସହ ଏ ଅଞ୍ଚଳର ରାଜନେତା ମାନଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି ବୋଲି ଶ୍ରୀ ମିଶ୍ର ମତ ବ୍ୟକ୍ତ କରିଥିଲେ । କୋଶଲ ରାଜ୍ୟ ଆନ୍ଦୋଳନ ସମେତ ବିଭିନ୍ନ ଜନ ଆନ୍ଦୋଳନରେ ସମସ୍ତେ ଏକଜୁଟ ହୋଇ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଲଢ଼ିବା ପାଇଁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ଏଥି ସହିତ ଆଗାମୀ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ସଂଗଠକମାନେ ଟିକଟ ଦାବିଦାର ହୁଅନ୍ତୁ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଏହାଛଡା ଏ ଅଞ୍ଚଳକୁ ବର୍ବାଦ କରିଦେଇ ନିଜ ପରିବାରର ପ୍ରତିପତ୍ତି ଓ ସମ୍ପତ୍ତି ବଢ଼ାଇବାରେ କେବଳ ଲାଗିଥିବା ରାଜନୈତିକ ପରିବାର ମାନଙ୍କୁ ଟିକଟ ବିତରଣ ପ୍ରକ୍ରିୟାରୁ ବାଦ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ରାଜନୈତିକ ଦଳ ମାନଙ୍କୁ ଖୋଲା ଅନୁରୋଧ କରିଥିଲେ । ଆଗାମୀ ନିର୍ବାଚନରେ କଣ୍ଟାବାଞ୍ଜିର ରେଳ ୱାଗନ କାରଖାନା ଦାବି, ଉତ୍କଟ ପାଣି ଓ ମରୁଡି ସମସ୍ୟା, ଦାଦନ ଶ୍ରମିକ ଚାଲାଣ ସମସ୍ୟା, ଶିଳ୍ପାୟନର ଅଭାବ ସମସ୍ୟା, ବେଛତ୍ରୀ ଗାଁ ମାନଙ୍କର ଆଦିମ ଅଧିବାସୀ ମାନଙ୍କ ଜମି ପଟ୍ଟା ସମସ୍ୟା ତଥା କଣ୍ଟାବାଞ୍ଜି ସହରରେ ପଟ୍ଟାଦାର ସତ୍ବାଧୀକାରୀମାନଙ୍କ ପାର୍ଚ୍ଚା ବିତରଣ ସମସ୍ୟା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେଉ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହା ଛଡା ବିଭିନ୍ନ ଜନସମସ୍ୟା ନେଇ ବୁଦ୍ଧିଜିବୀମାନେ ପ୍ରତିକ୍ରିୟା ରଖନ୍ତୁ ତଥା ସଂଗଠକମାନେ ବ୍ୟାପକ ଜନ ଆନ୍ଦୋଳନ କରନ୍ତୁ ବୋଲି ମଧ୍ୟ ସେ ମତପ୍ରକାଶ କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ବରିଷ୍ଠ ଆଇନଜିବୀ ବିଷ୍ଣୁପ୍ରସାଦ ଶର୍ମା, ବ୍ରଜଶ୍ୟାମ ଗୁରୁ, ଶେଷଦେବ ପୁଟେଲ, ଶ୍ରମିକ ନେତା ରବିଶଙ୍କର ମିଶ୍ର, ସଂଗଠକ ସୁରଥ ବେହେରା, କୈଳାସ ଅଗ୍ରୱାଲ, ଯୁବ ସଂଗଠକ ଡୋଳାମଣୀ ପ୍ରଧାନ, ଆଶିଷ ଖଇତାନ, ମୁରାରୀଲାଳ ଅଗ୍ରୱାଲ, ଛୋଟୁ ସାଲୁଜା,ରୋହନ ମହତ୍ ଙ୍କ ସମେତ ବହୁ ସଂଗଠକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post