କଣ୍ଟାମାଳ (ମନଧରକର୍ମୀ) ଗତ ୬ତାରିଖ ଦିନ କହେଁଇ ବାବାଙ୍କ ସମ୍ପର୍କୀୟ ଭାଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ପଥର୍ଲା ଗ୍ରାମର ଜଗାନନ୍ଦ ମହାପାତ୍ର ଉକ୍ତ ହତ୍ୟାକାଣ୍ଡର ପ୍ରକୃତ ହତ୍ୟାକାରୀଙ୍କୁ ଧରିବାକୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।ଇତି ମଧ୍ୟରେ ୧୭ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ତଦନ୍ତ ନ କରି ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଉ ଥିବା ଜଣାପଡିଛି ।ସୂଚନା ଅନୁସାରେ,ବହୁ ଚର୍ଚ୍ଚିତ ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିଶିମୁଣ୍ଡା ରାଧାକୃଷ୍ଣ ମଠର ମହନ୍ତ ଶ୍ରୀ କୃଷ୍ଣ ଚିନ୍ତନ ଦାସ ଓରଫ କହ୍ନେଇ ଚରଣ ମିଶ୍ରଙ୍କୁ ଗତ ୨୦୨୧ ମସିହା ମେ ମାସ ୨ତାରିଖ ରାତିରେ ବାବା ମଠ ବାରଣ୍ଡାରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତମାନେ ଗଳା କାଟି ହତ୍ୟା କରିଥିଲେ ।ତାପରଦିନ ଅର୍ଥାତ ମେ ୩ତାରିଖ ସକାଳ ୮ଘଣ୍ଟା ସମୟରେ ମଠ ବାରଣ୍ଡାରେ ବାବାଙ୍କ ମୃତ ଦେହ ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ।ସ୍ଥାନୀୟ ଲୋକେ ତାହା ଦେଖି ସୁବର୍ଣ୍ଣପୁର ପୁଲିସକୁ ଖବର ଦେଇଥିଲେ ।ଖବର ପାଇ ସୋନପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା ।ଅଧିକ ତଦନ୍ତ କରିବା ପାଇଁ ଡିଏସପି ସତ୍ୟଜିତ ମିଶ୍ରଙ୍କୁ ଉକ୍ତ ଘଟଣାରେ ଦାୟିତ୍ଵ ଦିଆ ଯାଇଥିଲା । ବାବାଙ୍କ ସମ୍ପର୍କୀୟଙ୍କୁ ଜେରା କରି ସାରିବା ପରେ ବାବାଙ୍କ ଅତି ଘନିଷ୍ଟ ସହଯୋଗୀ ତରଭା ଥାନା ଅନ୍ତର୍ଗତ ମାଲିଶ୍ରିଗୁଡ଼ି ଗ୍ରାମର ମୁକ୍ତେଶ୍ଵର ପ୍ରଧାନ ଙ୍କୁ ଜେରା କରାଯିବା ସମୟରେ ସେତେବେଳର ବିଶିମୁଣ୍ଡା ପଞ୍ଚାୟତର ସରପଞ୍ଚ ମଧୁସୂଦନ ଓତା ଡିଏସପି ଶ୍ରୀ ମିଶ୍ରଙ୍କୁ ମଠ ଭିତରକୁ ଡ଼ାକି ନେଇ ଗୋପନରେ କିଛି କଥା ବାର୍ତ୍ତା ହୋଇଥିଲେ । ।ସେ ଭିତରେ ତିନିଜଣ (ମୁକ୍ତେଶ୍ଵର ପ୍ରଧାନ,ମଧୁସୂଦନ ଓତା ଓ ଡିଏସପି ସତ୍ୟଜିତ ମିଶ୍ର)କୌଣସି ଚକ୍ରାନ୍ତ ତଥା ମନ୍ଦ ଉଦ୍ଦେଶ୍ୟ ରଖି ବାବାଙ୍କ ନିଜ ବଡ଼ ଭାଇ ଗୋପାଳ ଚନ୍ଦ୍ର ମିଶ୍ର ଓ ତିନି ପୁତୁରା ଶମ୍ଭୁ ଭୁଷଣ ମିଶ୍ର ଓରଫ ଅମିତ୍ ଓ ଡୋଳାମଣି ମିଶ୍ର ଓରଫ ମିଥୁନ ,ଯଶରଞ୍ଜନ ମିଶ୍ର ଓରଫ ବାପୁନ୍ ଙ୍କୁ ପୁଲିସ ହେପାଜତକୁ ନେଇଯାଇଥିଲେ ।ସେଠାରେ ଦୀର୍ଘ ୬ଦିନ ରଖି କେବଳ ସତ୍ୟଜିତ ମିଶ୍ର ନିର୍ଦ୍ଧୁମ ମାଡ଼ ମାରିଥିଲେ ।ଯାହାକି ସଂପୂର୍ଣ୍ଣ ଭାବେ ନିୟମ ବିରୁଦ୍ଧ ।ସୁପ୍ରିମକୋର୍ଟ ଙ୍କ ନିୟମ ଅନୁସାରେ ଯେ କୌଣସି ଦୋଷୀ ଙ୍କୁ ସିସିଟିଭି ଭିତରେ ରଖି ୨୪ଘଣ୍ଟା ଭିତରେ ଜେଲ ହାଜତକୁ ପଠାଇବାର ନିୟମ ଥିଲେ ସୁଦ୍ଧା ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଥିଲା । ୬ଦିନ ପରେ ଦୁଇ ବାପପୁଅ ଅର୍ଥାତ୍ ଗୋପାଳ ଚନ୍ଦ୍ର ମିଶ୍ର ଓ ଯଶରଞ୍ଜନ ମିଶ୍ର ଙ୍କୁ ସୋନପୁର ପୁଲିସ ଘରେ ଆଣି ଛାଡ଼ିଦେଇଥିଲା ।ଆଉ ଦୁଇ ଭାଇ ଶମ୍ଭୁ ଭୁଷଣ ମିଶ୍ର ଓରଫ ଅମିତ୍,ଡୋଳାମଣି ମିଶ୍ର ଓରଫ ମିଥୁନ ଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦେଇଥିଲା ।ତାପରେ ୧୨୦ଭିତରେ ପୁଲିସ ଚାର୍ଜ ସିଟ ଦାଖଲ କରି ନ ପାରିବାରୁ ମାନ୍ୟବର କୋର୍ଟ ଦୁଇ ଭାଇ ଙ୍କୁ ଛାଡି ଦେଇଥିଲେ ।ଏଠାରେ ପ୍ରକାଶ ଥାଉକି,ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଆନୂଯାୟୀ, ବାବା ମୃତ୍ୟୁର କିଛି ଦିନ ପୂର୍ବରୁ ବାବାଙ୍କ ୨୦ଲକ୍ଷ ଟଙ୍କା ମୁକ୍ତେଶ୍ଵର ପ୍ରଧାନ ଓ ମଧୁସୂଦନ ଓତା ରଖିଥିଲେ ।ବାବା ନିଜେ ଏକ ବିରାଟ ମନ୍ଦିର ନିର୍ମାଣ କରୁଥିଲେ ।ସେହି ମନ୍ଦିରର ଛାତ ପକାଇବା ପାଇଁ ସେହି ଟଙ୍କା ଦୁଇଜଣ ଙ୍କୁ ମାଗିଥିଲେ ।ତାପରେ ଉକ୍ତ ଟଙ୍କା ପଇସାକୁ କେନ୍ଦ୍ର କରି ମଧୁସୂଦନ ଓତା ଓ ମୁକ୍ତେଶ୍ଵର ପ୍ରଧାନ ସାଥିରେ ବାବାଙ୍କ ଝଗଡ଼ା ହୋଇଥିଲା ।ଏହି ସବୁ କାରଣରୁ ବାବାଙ୍କୁ ହତ୍ୟା କରିଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।ଆହୁରି ମଧ୍ୟ ହତ୍ୟାକାରୀ ମଧୁସୁଦନ ଓତା ଜଣେ ଶାସକ ଦଳର ବରିଷ୍ଠ ନେତା ହୋଇଥିବାରୁ ତାକୁ ଗିରଫ କରିବା ପାଇଁ ପୁଲିସର ହାତ ପାଉ ନ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେଣୁ ପୁଲିସ ଏହି ଦୁଇଜଣଙ୍କୁ ନେଇ ସାମ୍ନା ସାମ୍ନୀ ଜେରା କଲେ ବାବା ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଖୁଲାସା ହୋଇପାରିବ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।କିନ୍ତୁ ଆଜକୁ ୧୭ଦିନ ବିତିଯାଇଥିଲେ ମଧ୍ୟ ଏହି ଦୁହି ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଛି ସୋନପୁର ପୁଲିସ ।ଏହି ହତ୍ୟାକାରୀ ଦୁହିଁଙ୍କୁ ପୁଲିସ ଆଣି ତଦନ୍ତ ନ କଲେ ଆଗାମୀ ଦିନରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ଅଭିଯୋଗକାରୀ ଜଗାନନ୍ଦ ମହାପାତ୍ର ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡାଙ୍କୁ ପଚାରିବାରୁ ତଦନ୍ତ କରାଯିବ କହି ସଫେଇ ଦେଇଛନ୍ତି ।

Post a Comment