ଜିଓ ଟାୱାର ଅଛି ନାମକୁ ମାତ୍ର ହେଲେ ଇଣ୍ଟରନେଟ ନାହିଁ


ଭବାନୀପାଟଣା ୨୩/୦୬ (ଶ୍ୟାମସୁନ୍ଦର ମାଝୀ) କେନ୍ଦ୍ର ସରକାର ସାରା ରାଜ୍ୟରେ ଜିଓ ଫାଇବ ଜି ନେଟୱାର୍କ ଯୋଗାଇ ଦେଉଥିବା ସହ ଦେଶକୁ ଡିଜିଟାଲରେ ପରିଣତ କରୁଛନ୍ତି ସତ‌ କିନ୍ତୁ ଏବେ ବି ଅନେକ ଅପହଞ୍ଚ ଉପାନ୍ତ ଇଲାକାରେ ଅଛି ଯାହାକି ପହଞ୍ଚି ପାରିନାହିଁ ସରକାରଙ୍କ ସେହି ଡିଜିଟାଲ ବ୍ୟବସ୍ଥା । ସେହିପରି ସରକାରଙ୍କ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅପହଞ୍ଚ ଉପାନ୍ତ ଅଞ୍ଚଳରେ ଅନେକ ଗୁଡ଼ିଏ ସ୍ଥାନରେ ଜିଓ ଟାୱାର ସ୍ଥାପନ କରାଯାଇଛି ଏବଂ ଜନସାଧାରଣଙ୍କ ପାଇଁ ଫୋନ କଲର ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି ସତ । କିନ୍ତୁ ଏବେ ଯେକୌଣସି କାର୍ଯ୍ୟପାଇଁ ମଧ୍ୟ ଇଣ୍ଟେର୍ନେଟର ଦରକାର ପଡ଼ୁଥିବାବେଳେ ନାହିଁ ନ'ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଇଣ୍ଟେର୍ନେଟର ସୁବିଧାରୁ ବଞ୍ଚିତ ରହୁଛନ୍ତିତ କୁ ନେଇଁ ଅଭିଯୋଗ କରୁଛନ୍ତି ଅଞ୍ଚଳ ବାସୀ । ସମସ୍ତେ ଜାଣନ୍ତି ଆଜିର ଯୁଗରେ ଇଣ୍ଟେର୍ନେଟ ବିନା କୌଣସି କାର୍ଯ୍ୟ ହେବା ଅସମ୍ଭବ ପିଲାଙ୍କ ପାଠ ପଢ଼ା ହେଉ ବା ଯେ କୌଣସି ଗୋଟିଏ ସନ୍ଦେଶ ପାଇବାକୁ ହେଲେ ଇଣ୍ଟେର୍ନେଟର ଦରକାର ପଡ଼ିଥାଏ ।

ଲାଞ୍ଜିଗଡ଼ ଉପାନ୍ତ ଅଞ୍ଚଳରେ ଇଣ୍ଟେର୍ନେଟର ବ୍ୟବସ୍ଥା ନ'ଥିବା ଯୋଗୁଁ ଯାହା ଫଳରେ ସେହି ଇଣ୍ଟେର୍ନେଟ ବ୍ୟବହାର ପାଇଁ ଅଞ୍ଚଳ ବାସୀ ତଥା,ଛାତ୍ର, ଛାତ୍ରୀ, ଶିକ୍ଷକ, ସମାଜସେବୀ, ଡାକ ମାଷ୍ଟର ତଥା ଏନେକ ଲୋକ ବା ଯୁବପିଢ଼ି ମାନେ ନିଜ ନିଜ ଗାଁରୁ କିଏ ଆଠ କିଲୋମିଟର ତ କିଏ ଦଶ କିଲୋମିଟର ପର୍ଯ୍ୟନ୍ତ ଯାଇ ଇଣ୍ଟେର୍ନେଟର ବ୍ୟବହାର କରୁଛନ୍ତି । ସେହି ଇଣ୍ଟେର୍ନେଟ ପଏଣ୍ଟ ଗୁଡ଼ିକରେ ସକାଳୁ ସାନ୍ଧ୍ୟ ପର୍ଯ୍ୟନ୍ତ ସଦାସର୍ବଦା ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳରେ ପ୍ରତ୍ୟେକ ସ୍ଥାନରେ ଟାୱାର ଖୁଣ୍ଟ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ କେଉଁଠି ମାସ ମାସ ଧରି ବିତିଯାଉଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି । ଏହା ଟେଣ୍ଡର ବା ନେଟୱର୍କ ଦାୟିତ୍ୱରେ ଥିବା ଠିକାଦାରଙ୍କ ଅବହେଳା ଯୋଗୁଁ ନିର୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ଏପଟେ ବେନଗାଁ, ଲାଖବାହାଳୀ, ପାହାଡ଼ ପଦର, କନ୍ଧବୋରିରେ ଟାୱାର ଖୁଣ୍ଟ କାର୍ଯ୍ୟ ଶେଷପରେ ଟାୱାର ଯୋଗାଇ ଛଅ ମାସ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇଣ୍ଟେର୍ନେଟର ସୁବିଧା ଯୋଗାଇ ଦିଆଯାଉ ନାହିଁ ତେଣୁ ଯେଉଁ ଯେଉଁ ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ଟାୱାରରୁ ଯଥା ସମ୍ଭବ ଇଣ୍ଟେର୍ନେଟର ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

Post a Comment

Previous Post Next Post