ହରଭଙ୍ଗା : ୨୧/୫ (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ରାମଗଡ ଖେଳ ପଡିଆରେ ଚାରିଦିନ ଧରି ଚାଲିଥିବା ରାମଗଡ କ୍ରିକେଟ ପ୍ରିମିୟର ଲିଗ୍ ୨୦ ତାରିଖରେ ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଦିବସରେ ପୂର୍ବତନ କ୍ରୀଡାବିତ୍ ଚିତ୍ତରଂଜନ ଭୋକ୍ତା ମୁଖ୍ୟ ଅତିଥ ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉସାହିତ କରିଥିବା ବେଳେ ରାମଗଡ ଓ ବିରାମପୁର ମଧ୍ଯରେ ଫାଇନାଲ ଖେଳହୋଇଥିଲା। ୧୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ପ୍ରଥମେ ବିରାମଚନ୍ଦ୍ର ପୁର ବ୍ୟାଟିଂ କରି ୧୦ ଓଭରରେ ୯ ଓ୍ଵିକେଟ ହରାଇ ୯୯ ରନ୍ କରିଥିବା ବେଳେ ଜବାବ ରେ ରାମଗଡ ଦଳ ୧୦ ଓଭରରେ ୭ ଓ୍ଵିକେଟ ହରାଇ ମାତ୍ର ୬୧ ରନ କରି ପରାଜିତ ହୋଇଥିଲେ । ଖେଳକୁ ବିଶ୍ବଜିତ ଦେହୁରୀ ଓ ବୁବୁଲି ଭୋକ୍ତା ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ଅର୍ଜୁନ ସେଠୀ,ଚନ୍ଦନ ଭୋକ୍ତା, ଚିନୁସେଠୀ, ମୁନା ସେଠୀ , ସିଦ୍ଧାନ୍ତ ମହାନନ୍ଦିଆ , କପିଳ ଖମାରୀ ଏବଂ ମା ବାଉରୀ କ୍ରିକେଟ ଆସୋସିଏସନର ସମସ୍ତ ସଦସ୍ୟ ଖେଳରେ ସହଯୋଗ କରିଥିଲେ।

Post a Comment