ଗ୍ରୀଷ୍ମ ପ୍ରଭାବ ସହିତ ଜଳ କଷ୍ଟ : ପାଣି ପାଇଁ ହାହା କାର ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନ


ହରଭଙ୍ଗା ୨୧/୫ (ସୁଶାନ୍ତ କୁମାର ବେହେରା) ଦିନକୁ ଦିନ ତାତି ବଢ଼ିବା ସହ ବିଶେଷ କରି ବୌଦ୍ଧ ଜିଲ୍ଲା ରେ ଅଗ୍ନି ବର୍ଷା ହେଉଛି । ଏପଟେ ପ୍ରବଳ ଖରା ରେ ଲୋକମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ଦିନ ଆଠଟା ବାଜିଗଲେ ଘରୁ ବାହାରି ହେଉନି । କିନ୍ତୁ ଅନ୍ୟପଟେ ଜଳ ହିଁ ଜୀବନ ପିଇବା ପାଣି ବୁନ୍ଦିଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଏପରିକି ଆଦର୍ଶ ଗ୍ରାମ ରାଉତ ପଡା ସମେତ ଉପାନ୍ତ ଅଞ୍ଚଳ ଗୁଡିକ ରେ ଦେଖା ଯାଇଛି ଜଳ କଷ୍ଟ । ଖରା ର ପ୍ରୋକପ ରେ ସୁଖୀ ଯାଉଛି ନଳକୂପ, କୂଅ, ପାଣି ପାଇଁ କେଉଁଠି ଚୁଆ ଖୋଲିବା ତ କେଉଁଠି ମହାନଦୀ ରୁ ପାଣି ବୋହିବା ହେଉଛି । ପାଣି ସମସ୍ୟା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଲାଗି ରହୁଥିବା ବେଳେ ବିଶେଷ କରି ଉପାନ୍ତ ଅଂଚଳ ମହାଳିକପଡା, କୁସଙ୍ଗ, ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଲାଗି ରହିଛି! ପାଣି ପାଇଁ ରାତି ଅଧାରୁ ଉଠି ମହାନଦୀ କୁ ଯିବା କିମ୍ବା ଚୁଆ ଖୋଲି ପାଣି ଆଣିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପାଣି ସମସ୍ୟା ଦୂର ପାଇଁ ସରକାର ଙ୍କ ପକ୍ଷରୁ କୋଟି କୋଟି ଟଙ୍କା ର ମେଘା ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ରହିଛି କିନ୍ତୁ ତାହା ମଂଥର ଗତିରେ ଚାଲୁଥିବା ହେତୁ କେବେ ସରିବ ଓ କାର୍ଯ୍ୟକ୍ଷମ ହେବ ତାହା ଆଗାମୀ ସମୟ କହିବ । କିନ୍ତୁ ବ୍ଲକ ଜଳ ପରିମଳ ବିଭାଗର ମନମାନି କାର୍ଯ୍ୟ ଯୋଗୁଁ କେତେକ ସ୍ଥାନ ରେ ଜଳ ଯୋଗାଣ ର ବ୍ୟତିକ୍ରମ ହେଉଥିବା ବେଳେ କେଉଁଠି ଦିନେ ପାଣି ମିଳିଲେ ଦୁଇଦିନ ନାହିଁ । ଅନ୍ୟ କେଉଁଠି ପାଇପ ଫାଟି ଥିବା ବେଳେ କେତକ ସ୍ଥାନରେ ଆଜି ପର୍ଯ୍ୟନ୍ତ ପାଇପ ସଂଯୋଗ ହୋଇପାରି ନାହିଁ ବୋଲି ଲୋକ ଙ୍କ ଭିତରେ ଅଭିଯୋଗ ହେଉଛି । ଏପଟେ ହରଭଙ୍ଗା ବ୍ଲକ ରେ ପ୍ରତି ବର୍ଷ ଗ୍ରୀଷ୍ମ ପ୍ରବାହ ରେ ପାଣି ସମସ୍ୟା ରହିଥାଏ । ଏସବୁ ସମସ୍ୟା ବିଭାଗ ଜାଣି ଥିଲେ ମଧ୍ୟ ପୂର୍ବରୁ ସଜାଗ ପରିବର୍ତ୍ତେ କଥା ରେ ଅଛି ବାହାଘର ବେଳେ ବାଇଗଣ ରୁଆ ଭଳି ବର୍ତମାନ ସମୟ ରେ ଜଳ ଯୋଗାଣ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ମରାମତି କରିବା କେତେଦୂର ଠିକ ବୋଲି ବିଭାଗ କାର୍ଯ୍ୟପ୍ରତି ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଥିବା ବେଳେ ଜିଲ୍ଲାପାଳ ପିଇବା ପାଣି ସମସ୍ୟା ଦୂର ପାଇଁ ଦୃଷ୍ଟି ଦେବା କୁ ସାଧାରଣ ରେ ମତ ପ୍ରକାଶ ପାଉଛି ।

Post a Comment

Previous Post Next Post