ଜଳେଶ୍ୱର ପୋଲିସ ଦ୍ୱାରା ୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ଗଂଜେଇ ବୋଝେଇ ଏକ ଟ୍ୟାଙ୍କର ଜବତ


ଜଳେଶ୍ୱର, ୨୦/୦୫ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ପୋଲିସ କୈାଣସୀ ଏକ ସୂତ୍ରରୁ ଖବର ପାଇ ୧୯ତାରିଖ ଦିନ ଜଳେଶ୍ୱର ଥାନା ଶାସନବାଡ ଛକ ଅଂଚଳରେ ଚଢାଉ କରି ବ୍ରାଉନସୁଗାର ବେପାର ସହିତ ସଂପୃକ୍ତ ଯୁବକକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରୁ ଜଣକ ନିକଟରୁ ୮୦ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ଅନ୍ୟ ଜଣେ କିଣୁଥିବାର ଜଣାଯାଇଛି । ଏଥିନେଇ ଜଳେଶ୍ୱର ଥାନାରେ କେଶ ନଂ ୨୩୧/୨୦୨୩ ଅନ୍ତର୍ଗତ ୨୧(ବି)/୨୯ ଏନ୍.ଡି.ପି.ଏସ୍ ଧାରାରେ ଗିରଫ କରାଯାଇ ହାଜତକୁ ପଠାଯାଇ ଥିବାର ଜଣାଯାଇଛି । ଗିରଫ ଯୁବକ ଜଣକ ୪୨ବର୍ଷ ବୟସର ଶାସନବାଡ ଅଂଚଳର ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ ଅନ୍ୟ ଜଣକୁ ଅଟକ ରଖାଯାଇଥିବା ଜଣାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଏକ ଟ୍ୟାଙ୍କରରେ ଗଂଜେଇ ଚାଲାଣହେଉଥିବା ବେଳେ ଜଳେଶ୍ୱର ପୋଲିସ ଦ୍ୱାରା ଟ୍ୟାକରକୁ ଜବତ କରାଯାଇ ଥାନାକୁ ଅଣାଯାଇଥିବାର ଦେଖିବାକୁ ମିଳିଛି । ଟ୍ୟାଙ୍କରର ନଂ ଡବ୍ଲ୍ୟୁ ବି-୧୧ଇ- ୯୯୯୨ ହୋଇଥିବା ବେଳେ ଓଡିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଜଣାଯାଇଛି । ତେବେ ପୋଲିସ ଅଧିକ ତଦନ୍ତ ପାଇଁ ସୂଚନା ପ୍ରଦାନ କରି ନ ଥିବା ଜଣାଯାଇଛି ।

Post a Comment

Previous Post Next Post