ଜଳେଶ୍ୱର, ୦୨/୦୫ (ଜଗନ୍ନାଥ ଗୋଛାୟତ) ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ଫେଡେରେସନ, ଜଳେଶ୍ୱର ପକ୍ଷରୁ ସଭାପତି ରାଜାରାମ କରଶର୍ମା, ସଂପାଦକ ଡ. ଲଳିତ ସେନାପତି ଏବଂ ଉପଦେଷ୍ଟା ଖଗେନ୍ଦ୍ର ନାଥ ସାହୁଙ୍କ ନେତୃତ୍ୱରେ ଜଳେଶ୍ୱର ବିଡିଓ ପୁନମ ରାଉତଙ୍କ ଜରିଆରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମାନଙ୍କୁ ଅନ୍ୟରାଜ୍ୟ ଭଳି ସୁବିଧା ପ୍ରଦାନ କରିବା ଯଥା ନଗଦ ଟଙ୍କା ବିହୀନ ଚିକିତ୍ସା ସୁବିଧା ସହିତ ମାସକୁ ୫ଶହ ଟଙ୍କା ଚିକିତ୍ସା ଭତା, ଅନ୍ୟ ରାଜ୍ୟ ଭଳି ୬୫ବର୍ଷରୁ ବର୍ଦ୍ଧିତ ପେନସନ ବ୍ୟବସ୍ଥା ଲାଗୁ କରିବା, ୨୦୦୪ ମସିହାରେ ଲାଗୁ କରାଯାଇଥିବା ନୂଆ ପେନସନ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପେନସନ ବ୍ୟବସ୍ଥା ଲାଗୁକରିବା, କେନ୍ଦ୍ର ଭଳି ସର୍ବନିମ୍ନ ୨୦ବର୍ଷ ଚାକିରୀ କରିଥିଲେ ପେନସନ ଲାଗୁ କରିବା ଓ ସର୍ବନିମ୍ନ ୯ହଜାର ଟଙ୍କା ପେନସନ ଲାଗୁ କରିବା ତଥା ସମସ୍ତଙ୍କ ପାଇଁ ଏକ ପ୍ରକାର ପେନସନ ଲାଗୁ କରିବା, କରୋନା-୧୯ ପୂର୍ବରୁ ଥିବା ବରିଷ୍ଠ ନାଗରୀକଙ୍କୁ ରେଳଯାତ୍ରା କାଳୀନ ୫୦% ରିହାତି ପ୍ରଦାନ ଇତ୍ୟାଦି ଦାବୀ ଉପସ୍ଥାପନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଶିକ୍ଷକ ନେତା ସୁନୀଲ କୁମାର ନାୟକ, କାଳିଚରଣ ପୃଷ୍ଟି, ଜ୍ୟୋତିଷ ଚନ୍ଦ୍ର କର, ଅନନ୍ତ ଦତ, ସୁନୀଲ ଗିରି, କମଳ ଲୋଚନ ମହାପାତ୍ର, କର୍ମଚାରୀ ନେତା ଶ୍ରୀମନ୍ତ ଘୋଷ, ଦୁର୍ଯ୍ୟୋଧନ ପୃଷ୍ଟି, ନିତ୍ୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment