ଝଡ଼ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼େଇଲା ବିଜେପି


ଜଳେଶ୍ବର,୨୧/୫(ଜଗନ୍ନାଥ ଗୋଛାୟତ) ଜଳେଶ୍ବର ଅଦିନିଆ ଘୁର୍ଣ୍ଣିଝଡ଼ ହେତୁ ଖୁଦିଆ ମାଝିସାହି ପଞ୍ଚାୟତର ଆଡ଼ିଆସାହି ଗ୍ରାମର ୬ଟି ଘର ଭାଙ୍ଗି ଯାଇଛି ଏବଂ ବହୁ ଧନ ସମ୍ପତି କ୍ଷତିଗ୍ରସ୍ତ ହୋଇଛି । ଯୁବ ସମାଜସେବୀ ବିପ୍ଳବ ପ୍ରଧାନ ତହସିଲଦାରଙ୍କୁ ଯୋଗାଯୋଗ କରି ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଘରମାନଙ୍କୁ ତଦାରଖ କରାଇଥିଲେ । କିନ୍ତୁ ସରକାରୀ ବାବୁମାନେ କ୍ଷତିଗ୍ରସ୍ତ ଆଦିବାସୀ ପରିବାରମାନେ କାହିଁକି ସରକାରୀ ଜାଗାରେ ରହୁଛନ୍ତି ବୋଲି ପ୍ରଶ୍ନ କରିବା ସହ ସେମାନଙ୍କୁ କ୍ଷତି ପୂରଣ ମିଳିବନାହିଁ ବୋଲି କହିଥିଲେ।

ଏନେଇ ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିର ଏକ ଟିମ ଯୁବନେତା ପରମାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଝଡ଼େଶ୍ୱର ହାଁସଦା, ରବି ହାଁସଦା, ବାଦଲ ହେମ୍ବ୍ରମ, ସୁକୁଲ ହେମ୍ବ୍ରମ, କାଁହୁ ମୁର୍ମୁ, ଭୀମ ସୋରେନଙ୍କୁ ଭେଟି ବର୍ଷା ପାଣି ଦାଉରୁ ରକ୍ଷା ପାଇବା ପାଇଁ ଜରିପାଲ ଯୋଗାଇ ଦେଇଥିଲେ । ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ ତହସିଲଦାର ମିହିର ରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ କହିଥିଲେ । ପୂର୍ବ ପୁରୁଷ ଅମଳରୁ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଉକ୍ତ ଅଞ୍ଚଳରେ ରହିଆସୁଥିବା ଗରିବ ଆଦିବାସିମାନେ ବିପତ୍ତି ସମୟରେ କଣ ପାଇଁ ସରକାରୀ ସହାୟତା ପାଇବେ ନାହିଁ ବୋଲି ବିଜେପି ନେତାମାନେ ପ୍ରଶ୍ନ କରିଥିଲେ ।ବିଜେପି ନେତା ଫାଲ୍ଗୁନୀ ପାଣିଗ୍ରାହୀ, ସ୍ମୃତିରଞ୍ଜନ ସେନାପତି, ସପନ ବେହେରା, ସଂଗ୍ରାମ ଜେନା, ଚନ୍ଦନ ପାଳ, ତପନ ସାହୁ, ତରୁଣ ପଟ୍ଟନାୟକ, ସୁଶାନ୍ତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post