ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡ଼େନିଗଡ଼ ଫାଣ୍ଡି ଅଧିନସ୍ତ ମାଧପୁର ଢ଼ାବା ନିକଟରେ ଏକ ଆଜବେଷ୍ଟ ବୋଝଇ ଟ୍ରକ ଭାରସାମ୍ୟ ହରାଇବାରୁ ଏକ କାର ଉପରେ ମାଡି ବସିଥିବା ଦେଖିବାକୁ ମିଳିଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣା ରୁ ସମସ୍ତ ଯାତ୍ରୀ ଓ ଟ୍ରକ ଚାଳକ ବର୍ତ୍ତୀ ଯାଇଥିବା ଜଣାପଡିଛି । ସୂଚନା ମତେ ଆଜବେଷ୍ଟ ବୋଝେଇ ହୋଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା(OR 05A A 8292 ) ଟ୍ରକ ଟି ଚାଳକ ଙ୍କ ଅସବାଧନତା ପାଇଁ ଭାରସାମ୍ୟ ହରାଇଥିଲା ଠିକ ସେଇ ସମୟ ରେ ବିପରୀତ ଦିଗରୁ ଆସୁଥିବା(OD 17K3477)କାର ଟି ସୋହେଲା ଅଭିମୁଖେ ଯାଉଥିବା ବେଳେ ଟ୍ରକ ଓ କାର ପାସ ହେଉଥିବା ସମୟ ରେ ହଟାତ ଟ୍ରକ ରୁ ଆଜବେଷ୍ଟ ଗୁଡିକ ଢ଼ଳିବା ସହ ଟ୍ରକ ମଧ୍ୟ ଓଲଟି କାର ଉପରେ ପଡି ଯାଇଥିଲା । ଫଳରେ କାର ଉପରେ ଆଜବେଷ୍ଟ ପଡି ଗାଡି ଟି ଚାପି ହୋଇ ନଷ୍ଟ ହୋଇଥିବା ବେଳେ ଗାଡିର ଥିବା ୪ ଜଣ ଯାତ୍ରୀ ଓ ଟ୍ରକ ଚାଳକ ଅଳ୍ପକେ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଥିବା ଜଣାପଡିଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଦୁର୍ଘଟଣା କୁ ନେଇ ଆଡ଼େନିଗଡ଼ ଫାଣ୍ଡି ପୋଲିସ ପହଁଚି ଉଭୟ ଗାଡିକୁ ଜବତ କରି ଦୁର୍ଘଟଣା ର ତଦନ୍ତ ଜାରି ରଖିଥିବା ନେଇ ଏ ଏସ ଆଇ ବ୍ରହ୍ମାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।
ଓଲଟିଲା ଆଜବେଷ୍ଟର ବୋଝଇ ଟ୍ରକ
ଆଜତକ ଓଡ଼ିଶା
0
Post a Comment