ହରଭଙ୍ଗା ବ୍ଲକ ଗସ୍ତ ରେ ଆର ସି ସି ଅଫ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବର୍ତମାନ ସରକାର ଙ୍କ ପକ୍ଷରୁ କେନ୍ଦୁପତ୍ର ଅମଳ ଚାଲୁଛି ବା ତୋଳାଳିଙ୍କ ଦ୍ୱାରା ପତ୍ର ତୋଳା କାର୍ଯ୍ୟ ଜାରି ରହିଛି । ଏପରିକି ବୌଦ୍ଧ ଜିଲ୍ଲା ର ଚାରିଛକ ରେଞ୍ଜ ଓ ହରଭଙ୍ଗା ରେଞ୍ଜ ଗୁଡିକ ର ବିଭିନ୍ନ ଫଡ଼ିରେ କେନ୍ଦୁପତ୍ର ତୋଳା କାର୍ଯ୍ୟ ଚାଲୁଥିବା ନେଇ ସ୍ୱତନ୍ତ୍ର ଭାବେ ବିଭାଗର ଆର ସି ସି ଏଫ ଭୁବନେଶ୍ୱର ସର୍କଲ ତଥା ଭାରପ୍ରାପ୍ତ ସି ସି ଏଫ କେନ୍ଦୁଲିଫ କଟକ ଡ଼ଃ ସଂଜିତ କୁମାର ଆଇ ଏଫ ଏସ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଚାରିଛକ ଓ ହରଭଙ୍ଗା ରେଞ୍ଜ ଗୁଡିକ ର ବିଭିନ୍ନ ଫଡ଼ି ପରିଦର୍ଶନ କରିଥିଲେ । ପ୍ରଥମେ ପତ୍ର ତୋଳାଳୀ ଙ୍କ ସହ ସିଧା ସଳଖ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏପରିକି ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କ ରେ, ଏବଂ ତୋଳାଳିଙ୍କ ପରିବାର ମଧ୍ୟରୁ ପାଠ ପଢ଼ୁଥିବା ପିଲାମାନ ଙ୍କ ଛାତ୍ର ବୃତ୍ତି ସହାୟତା ପଚାରି ବୁଝିବା ସହ କୌଣସି ବି ଶ୍ରମିକ ଯେମିତି ଏଥିରୁ ବଞ୍ଚିତ ନହେବେ ସେନେଇ ବିଭାଗୀୟ ରେଞ୍ଜର ମାନଙ୍କୁ ତୁରନ୍ତ ତୋଳାଳିଙ୍କ ସମ୍ପୂର୍ଣ ଡାଟା ପଠାଇବାକୁ ନିର୍ଦେଶ ଦେଇଥିଲେ । ପରେ ନୂତନ ତୋଳାଳୀ ରୁବି ଭୋକ୍ତା, ଜଲୀ ଦେହୁରୀ, ଧନେଶ୍ୱର ବିନ୍ଧାଣି ଙ୍କୁ ଫଡି କାର୍ଡ ବଣ୍ଟନ କରିଥିଲେ । ହରଭଙ୍ଗା ରେଞ୍ଜର ଖରଭୂଇଁ, ଟୁକୁଲୁଣ୍ଡା ଫଡି, ସେହିପରି ଚାରିଛକ ରେଞ୍ଜ ସିଙ୍ଗାଣି ବିଡା, ବନ୍ତି ଝୁଲି, କରଂଜକଟା ଓ ବଦଲା ଫଡ଼ି ଗୁଡିକ ପରିଦର୍ଶନ କରିଥିଲେ । ଏହି ସମୟ ରେ କେନ୍ଦୁପତ୍ର ବିଭାଗର ବୌଦ୍ଧ ଡି ଏଫ ଓ ଅରବିନ୍ଦ ମହାନ୍ତି, ଚାରିଚକ ରେଞ୍ଜର ଯୁଧିଷ୍ଠିର ବେହେରା, ହରଭଙ୍ଗା ରେଞ୍ଜ ଭାରପ୍ରାପ୍ତ ଅଧିକାରୀ ରାଜେଶ ସାହୁ,ଫରେଷ୍ଟର ପ୍ରସନ ପ୍ରଧାନ, ଘନଶ୍ୟାମ ବେହେରା, ପ୍ରହ୍ଲାଦ ପ୍ରଧାନ, ଗାର୍ଡ ସୁଶୀଳା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post