କଲମପୁର: ୨୦/୦୫ (ଶରତ ଚନ୍ଦ୍ର ସୁନାନୀ) ଓଡ଼ିଶା ର 5t ସଚିବ ଭି କାର୍ତ୍ତିକେଶ୍ୱର ପାଣ୍ଡିଆନ ଦୁଇ ଦିନିଆଁ କଳାହାଣ୍ଡି ଗସ୍ତରେ ଆସିଛନ୍ତି ।ଏହି ଅବସରରେ ଆଜି ହେଲିକେପଟର ଯୋଗେ କଲମପୁର +2 ମହାବିଦ୍ୟାଳୟ ପଡିଆରେ ଅବତରଣ କରି କାର ଯୋଗେ କଳମପୁର ଖେଳ ପଡିଆରେ ପହଞ୍ଚି ଥିଲେ । ସେଠାରେ ପ୍ରଶାସନିକ ଅଧିକାରୀ, ମିଶନ ଶକ୍ତି ମହିଳା ସଂଘ ଏବଂ ଶତାଧିକ ଅଞ୍ଚଳ ବାସୀ ଉପସ୍ଥିତ ରହି ପୁଷ୍ପା ମାଲ୍ୟ ଦେଇ ଘୁମୁରାର ନାଦେ ନାଦେ ସଚିବଙ୍କୁ ଭବ୍ୟ ସ୍ୱାଗତ ଜଣେଇଥିଲେ । ସଚିବ ମଞ୍ଚରେ ମଞ୍ଚାସିନ ରହି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡ ଉପଜିଲ୍ଲାପାଳ ଥିବା ସମୟରେ ଅନୁଭୂତି ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । କଳମପୁର ଅଞ୍ଚଳ ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହ କଳମପୁର +2 ମହାବିଦ୍ୟାଳୟର ରୂପାନ୍ତିକରଣ,କଲମପୁର ମିନି ଷ୍ଟାଡୟମ ଉନ୍ନତି ସକାଶେ ମଞ୍ଜୁର ହୋଇ ଥିବା ଯୋଜନାକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନା କରିଥିଲେ । ତା ସହ ଅଞ୍ଚଳ ର ସାମୁହିକ ଏବଂ ବ୍ୟକ୍ତିଗତ ଅଭିଯୋଗ କୁ ଲିଖିତ ପତ୍ର ମାଧ୍ୟମରେ ଗ୍ରହଣ କରି ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ଶ୍ରୀ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମରେ କଳମପୁର ବ୍ଲକ ବିଡ଼ିଓ ଶ୍ରୀ ବିଜୟ ମାଡ଼ଙ୍ଗୀ, ଧର୍ମଗଡ଼ ବିଧାୟକ ମୌସଧି ବାଗ, କଳମପୁର ବ୍ଲକ ବିଜେଡି ସଭାପତି ନବୀନ କୁମାର ପଣ୍ଡା, ଜିଲ୍ଲାର ପରିଷଦ ଅଧକ୍ଷ ପୁଷ୍ପେନ୍ଦୁ ସିଂ ଦେଓ ସ୍ଥାନୀୟ ଦୁଇ ଜିଲ୍ଲା ପରିଷଦ ସଭ୍ୟା, ବ୍ଲକ ସ୍ତରୀୟ ମିଶନ ଶକ୍ତିର ଲୀଳାବତୀ ରାଉତ, ସୁମତି ଛତ୍ରିଆ, ସନ୍ତୋଷିନୀ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିବାବେଳେ । ଆଦର୍ଶ ଶିକ୍ଷକ ମନ୍ମଥ ମିଶ୍ର ଓ କଳମପୁର Bsso କ୍ଷିତିସୁତା ମେହେର ମଞ୍ଚ ପରିଚାଳନା କରିଥିଲେ । କଳମପୁର କାର୍ଯ୍ୟକ୍ରମ ସାରି 5t ସଚିବ ଶ୍ରୀ ପାଣ୍ଡିଆନ ଜୟପାଟଣା ବ୍ଲକ ଅଭିମୁଖେ ଗସ୍ତ କରିଥିଲେ ।

Post a Comment