ବଲାଙ୍ଗିର : ୨/୫ (ଗଣେଶ ଦାସ) ଓଡ଼ିଶାର ସୁପ୍ରସିଦ୍ଧ ଶୈବପିଠ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ସୋମବାର ନୃସିଂହ ଚତୁର୍ଦ୍ଧଶି ମେଳା ତଥା ହରିଶଙ୍କର ମହୋତ୍ସବ ଉଦଘାଟିତ ହୋଇଯାଇଛି । ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ବିଜୟା ନନ୍ଦ ସେଠିଙ୍କ ସଭାପତିତ୍ୱରେ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର ଲମ୍ବୋଦର ଧରୁଆ,ଏବଂ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ଦୟାମୟ ପାଢ଼ୀ, ସହକାରୀ ଜିଲ୍ଲାପାଳ ସୀତାଂଶୁ ଶେଖର ଶାମଲ, ପାଟଣାଗଡ ଏନଏସି ଅଧ୍ୟକ୍ଷ୍ୟା ମାନସୀ ବିଶ୍ୱାଳ, ପାଟଣାଗଡ଼ ଏନଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷ୍ୟା ନିରୁପମା ପଟେଲ,ଖପ୍ରାଖୋଲ ବ୍ଲକ ଉପାଧ୍ୟକ୍ଷ ଶୁଖିରାମ ଶାଣ୍ଡ, ବେଲପଡା ବ୍ଲକ ଅଧ୍ୟକ୍ଷ୍ୟା ସୁଶ୍ରୀ ଟିନା କୁମ୍ଭାର, ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯୋଧନ କୁମ୍ଭାର, ପାଟଣାଗଡ ବ୍ଲକ ଉପାଧ୍ୟକ୍ଷ୍ୟା ଲକ୍ଷ୍ମୀ ମାଝୀ ସମ୍ମାନିତ ଭାବେ ଯୋଗ ଦେଇଥିଲେ । ମଞ୍ଚାସିନ ଥିବା ଅତିଥି ବୃନ୍ଦ ହରିଶଙ୍କର ବିଷୟରେ ଭିନ୍ନଭିନ୍ନ ମତ ପ୍ରକାଶ କରିଥିଲେ । ପ୍ରଥମ ଦିବସରେ କମ ଶ୍ରଦ୍ଧାଲୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଭିନ୍ନ ସଙ୍ଗଠନ ମାନଙ୍କ ସହଯୋଗରେ ଜଳଛତ୍ର ଖୋଲାଯାଇ ଜନ ସାଧାରଣଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ସୁବ୍ୟବସ୍ଥା କରାଯାଇଛି । ଭୁଲିଆ ସମାଜ ଏବଂ ଯୁବ କୁଳତା ସମାଜ ପକ୍ଷରୁ ମାଗଣା ଅନ୍ନଛତ୍ର ଖୋଳାଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟାପକ ବଳଭଦ୍ର ଦାସ ସଭାକାର୍ଯ୍ୟ ପରିଚାଳନା ଓ ସଂଯୋଜନା କରିଥିଲେ ଏବଂ । ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment