ଜିଜ୍ଞାସା ଡିଜିଟାଲ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଉଦଘାଟିତ


ଭୋଗରାଇ ୪/୪ (ଚିନ୍ମୟ କୁମାର ଦାସ) ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ଗ୍ରାମପଞ୍ଚାୟତ ଅଧିନ ବାରବାଟିଆ ଗ୍ରାମ ର ଶିବ ମନ୍ଦିର ରାସ୍ତା ପାର୍ଶ୍ଵରେ ଥିବା କୈଳାସ ନିବାସ ରେ ଗତକାଲି ସୋମବାର ନୂତନ ଭାବେ ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ର ଶୁଭଉଦଘାଟନ ହୋଇଯାଇଛି । ଏହି ଉତ୍ସବକୁ ଆରୁହାବୃତ୍ତି ନଂ-୧ ପଞ୍ଚାୟତର ସରପଞ୍ଚ ଗୀତାରାଣୀ ଜେନା ଓ ବାରବାଟିଆ ଗ୍ରାମସଭାପତି ଯୋଗେନ୍ଦ୍ରନାଥ ପାଳ ଫିତା କାଟି ଶୁଭାରମ୍ଭ କରିଥିଲେ। ଜିଜ୍ଞାସା ଡିଜିଟାଲ କୋଚିଂ ସେଣ୍ଟର ଓ ପ୍ଲାନେଟ୍-ସି କମ୍ପୁଟର ଶିକ୍ଷାକେନ୍ଦ୍ର କମର୍ଦ୍ଦା ର ମିଳିତ ସହଯୋଗରେ ଏହି କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଉଦ୍ଘାଟିତ ହୋଇଛି। ଗ୍ରାମ ସଭାପତି ଶ୍ରୀପାଳ କହିଥିଲେ ଯେ ଆମ ଗ୍ରାମର ପିଲାମାନେ ଘର ଠାରୁ ୧୦ ରୁ ୧୫ କିଲୋମିଟର ଦୂର କମର୍ଦ୍ଦା ନ ହେଲେ ବାଲିଆପାଳ ପର୍ୟ୍ୟନ୍ତ କମ୍ପୁଟର ଶିକ୍ଷା ପାଇଁ ଯାଉଥିଲେ।


ମାତ୍ର କମ୍ପ୍ୟୁଟର ସେଣ୍ଟର ଟି ଆମଗ୍ରାମରେ ଖୋଲି ପିଲାମାନଙ୍କୁ ଭଲ ଶିକ୍ଷାଦେବା ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ସଞ୍ଜିବ କୁମାର ଜେନା, ଦେବାଶିଷ ଦେ, ପରମେଶ୍ଵର ଜେନା, ମଧୁସ୍ମିତା ଦେ, ରେଖାରାଣୀ ଦତ୍ତ, ସ୍ମୃତିସୁଧା ସାହୁ ଏବଂ କମ୍ପୁଟର ଶିକ୍ଷକ ସୂର୍ଯ୍ୟକାନ୍ତ ରାଉତ୍ ଙ୍କୁ ସରପଞ୍ଚ ଗୀତାରାଣୀ ଜେନା ଉନ୍ନତ ତଥା ସୁଶିକ୍ଷା ମାଧ୍ୟମରେ ରାଜ୍ୟ ତଥା ଦେଶ ର ଆଗାମୀ ଉଜ୍ଜ୍ଵଳ ଭବିଷ୍ୟତ କୁ ଶାଣିତ କରିବାକୁ ପରାମର୍ଶ ଦେଇଥିଲେ।

Post a Comment

Previous Post Next Post