ଭଙ୍ଗା ଦଦରା କଠୋରିରେ ଘୂମେରଗୁଡା ପୁରୁଣାପଡା ର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ


ଜୁନାଗଡ଼ ୦୪/୦୪ (ଧୀରେନ୍ଦ୍ର ସୁନାନି) :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠି ଶିକ୍ଷା ଅଧୀନରେ ରହିଥିବା ଘୂମେରଗୁଡା ପୁରୁଣାପଡ଼ା ପ୍ରାଥମିକ ବିଦ୍ୟାଳୟ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟ ୧୯୭୨ ମସିହାରେ ସ୍ଥାପିତ ହୋଇଥିଲା,ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଥିବା ବେଳେ ସର୍ବମୋଟ ୫୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ତନ୍ମଧ୍ୟରୁ ୨୫ ଜଣ ଝିଅ ଓ ୩୩ ଜଣ ଆବଶ୍ୟକ ର ଭିତିଭୂମି ର ବିକାଶ ହୋଇ ପାରିନାହିଁ । ପାଞ୍ଚ ଟି ଶ୍ରେଣୀ ପାଇଁ ତିନୋଟି ଗୃହ ରହିଛି ହେଲେ ଗୋଟିଏ ଶ୍ରେଣୀ ବି କିଛି କାମ କୁ ନୁହଁ,ଏଥିପାଇଁ ଦୁଇ ଜଣ ଶିକ୍ଷକ ନିୟୋଜିତ ରେ ରହିଛନ୍ତି । ଜଣେ ଶିକ୍ଷକ ଓ ଆଉ ଜଣେ ଶିକ୍ଷୟତ୍ରୀ ଶିକ୍ଷକ ମଧ୍ୟାହ୍ନ ଭୋଜନ ଯୋଗାଣ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଆଣିବା ସମେତ ଅନେକ ଅଫିସ କାମରେ ଯାଇଥିବା ବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ମଧ୍ୟ ହେଉଛି, ପ୍ରଧାନ ଶିକ୍ଷକ ମଣ୍ଟୁ ଶବର ଓ କନିଷ୍ଠ ଶିକ୍ଷୟତ୍ରି ଅର୍ଚ୍ଚନା ବାରିକ । ଏଠାରେ ଥିବା ବିଦ୍ୟାଳୟ କୋଠା ବିପଦ ସଙ୍କୁଳ ଅବସ୍ଥାରେ ରହିଛି,କୋଠାର ଉପର ଭାଗ ଲୁହା ରଡ ବାହାରି ପଡିଛି,ସିମେଣ୍ଟ କାନ୍ଥ ଫାଟି ଆଁ କରିଛି ଫଳରେ କେଉଁ ମୁହୁଁର୍ତରେ ଭାଙ୍ଗିପଡ଼ିବ ତାହା କୋଣସି ଠିକ୍ ନାହିଁ, ବର୍ଷା ଦିନ ରେ ସ୍କୁଲ ରେ ପାଠ ପଢିବା କାଠିକର ପାଠ ହେଉଛି,ଅନ୍ୟ ପଟେ ସ୍କୁଲ ର ରୋଷେଇ କରିବା ପାଇଁ ଦୁଇ ଜଣ ଙ୍କୁ ନିୟୋଜିତ ହୋଇଥିଲେ ହେଁ ଦୀର୍ଘଦିନ ହେବ ଜଣେ ମାତ୍ର ରୋସେଇ କରି ଆସୁଥିବା ଅଭିଯୋଗ ହେଉଛି । ଏଭଳି ଅବସ୍ଥାରେ ବିଦ୍ୟାଳୟ କୋଠା ଥିବାରୁ ଅଭିଭାବକ ନିଜର ଛୁଆଙ୍କୁ ବିଦ୍ୟାଳୟ ପଠାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି ବିଦ୍ୟାଳୟ ଏକ ଅଧ୍ୟୁଷିତ ଅଞ୍ଚଳ ରେ ରହିଥିବା ବେଳେ ଏଠାରେ କିଭଳି ଭାବରେ ଶିକ୍ଷାଦାନ ହେଉଥିବ ତାହା ବେଶ୍ ବୁଝା ପଡୁଛି । ଏହି ସମସ୍ୟା କୁ ନେଇ ଅଭିଭାବକ ତଥା ଅଞ୍ଚଳ ର ଜନ ସାଧାରଣ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୋଣଶି ସୁଫଳ ମିଳିନାହିଁ ବୋଲି ଅଞ୍ଚଳ ବାସି ମତ ପ୍ରକାଶ କରିଛନ୍ତି । ଏଠାରେ ଥିବା ପ୍ରଧାନ ଶିକ୍ଷକ ମଣ୍ଟୁ ଶବର କୁ ପଚାରିବାରୁ ଏ ସମ୍ପର୍କ ରେ ଉଛ ଅଧିକାରି ଙ୍କୁ ଜଣାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହାର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଳି ପ୍ରକାଶ କରିଥିଲେ । ତେବେ ଉପାନ୍ତ ବିଦ୍ୟାଳୟ ପ୍ରତି ଏଠାରେ ଥିବା ପ୍ରଶାସନିକ ଅଧିକାରୀ ଦୃଷ୍ଟି ନ ଦେବା ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ ରେ କୋଠା ମରାମତି କରିବା ଦିଗରେ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ଗ୍ରାମ ବାସି ଅପେକ୍ଷା କରିଛନ୍ତି।

Post a Comment

Previous Post Next Post