ବାହାବଳପୁରରୁ ୩୧ଶହ ଲିଟର ମଦ ଜବତ:୫ ଅଭିଯୁକ୍ତ ଗିରଫ।



ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଲରୁ ବୁଧବାର ଭୋର ପୁଲିସ ଅଚାନକ ଚଢ଼ାଉ କରି ୩୧୦୫ ଲିଟର ମଦ ଜବତ ଶହ ୫ ଜଣ ଅଭିଯୁକ୍ତ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।ସୂଚନାରୁ ପ୍ରକାଶ ଯେ ଏହି ଥାନା ଅଧୀନ ବଗଦାର ରୂପସା ଗଣେଶ ଜେନା ନେଇଥିବା ଏକ ଭଡା ଘରୁ ୨୫୬୦ ଲିଟର ମଦ ୩୨ଟି ଟ୍ୟୁବରେ ରହିଥିବା ପୁଲିସ ଧରିଥିବା ବେଳେ ଅଭିଯୁକ୍ତ ସୁବ୍ରତ ଦାସ,ସୁରଜ ଦାସ,ଚନ୍ଦନ ସେଠୀଙ୍କୁ ବସ୍ତା ଏସ୍ଡିପିଓ ଜଳଧର ଜାଲି,ସିଂଲା ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର,ବାହାବଳପୁର ସାମୁଦ୍ରିକ ଥାନା ଅଧିକାରୀ ଶଚିଦାନନ୍ଦ ଗିରି ଓ ଅନ୍ୟ ମାନେ ଚଢ଼ାଉ କରି ଗିରଫ କରିଥଲେ।ଏ ସମସ୍ତ ଅଭଯୁକ୍ତ ଙ୍କ ଘର ବସ୍ତା ଥାନା ଛାନୂଆ ଗାଁର।ମାତ୍ର ମୁଖ୍ୟ ଅଭିଯୁକ୍ତ ଗଣେଶ ଜେନା ଫେରାର ହୋଇଯାଇଛି।ସେହିପରି ଏହି ଥାନାର ବାହାବଳ ପୁର ବଜାର ନିକଟ ରେ ଏକ ଭଡା ଘରୁ ୫୪୫ ଲିଟର ଦେଶୀ ମଦ ଓ ଆସ୍କା ଫରଟି ମଦ ଜବତ କରାଯାଇଛି।ଅଭିଯୁକ୍ତ ଛ।ନୂଆର ରତି କାନ୍ତ ନାୟକ ଓ ପୁରୁଣା ବାଲେଶ୍ବରର ତପନ ବେହେରାଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତଙ୍କ ବିରୋଧରେ ଯଥାକ୍ରମେ କେଶ ନଂ ୧୧/୨୩ ଓ ୧୦/୨୩ ରେ ମାମଲା ରୁଜୁ କର।ଯାଇଛି।

Post a Comment

Previous Post Next Post