୫ଦଫା ଦାବି ପୂରଣ ନହେଲେ ସାମୁହିକ ଛୁଟି ଚେତାବନୀ


ହରଭଙ୍ଗା  ୯/୪ (ସୁଶାନ୍ତ କୁମାର ବେହେରା) ଓଡିଶା ଫାର୍ମାସିଷ୍ଟ ସେବାସଂଘ ଆହ୍ୱାନ କ୍ରମେ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ବୌଦ୍ଧ ଶାଖାର ନିଷ୍ପତି କ୍ରମେ ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ଫାର୍ମାସିଷ୍ଟ କର୍ମଚାରୀ ମାନେ ଗତକାଲି ଶନିବାର ଦିନ ୫ଦଫା ଦାବିନେଇ ଭାତପ୍ରାପ୍ତ ଚିକିତ୍ସାଧିକାରୀ "ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଆଡେଣି ଗଡ଼ "କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାଇ ଗ୍ରେଡ଼ ପେ ୨୪୦୦ରୁ ୨୮୦୦କୁ ବୃଦ୍ଧି ସହିତ ୨ବର୍ଷ ଚାକିରୀ ପରେ କାର୍ଯ୍ୟରତ ସମସ୍ତ ଙ୍କୁ ଗ୍ରେଡ଼ ପେ ୪୨୦୦କୁ ବୃଦ୍ଧି ୨୦୧୬ ପରିବର୍ତ୍ତେ ୨୦୧୩ ଠାରୁ କାର୍ଯ୍ୟରତ ଫାର୍ମାସିଷ୍ଟ ଙ୍କୁ ପଦୋନ୍ନତି, ଫାର୍ମାସିଷ୍ଟ ପଦବୀକୁ ଫାର୍ମାସିଷ୍ଟ ଅଫିସର ନାମରେ ନାମିକରଣ ,୨୦୧୩ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରିଥିବା ସମସ୍ତ ଫାର୍ମାସିଷ୍ଟଙ୍କ କାର୍ଯ୍ୟକାଳକୁ ବରିଷ୍ଟତା ନିମନ୍ତେ ନିବେଦନ କରିବା ଇ ଆର୍ଥିକ ସୁବିଧା ମିଳିବା ଏବଂ MHU ଓ RBSK ଭାବରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଖାଲି ଥିବା ସ୍ଥାନରେ ନିଯୁକ୍ତି କରିବା ଭଳି ୫ଦଫା ଦାବି ପ୍ରଦାନ କରାଯାଇଛି!ଯଦି ଏହି ସମ୍ବଳିତ ଦଫା ଚଳିତ ମାସ ୧୫ ତାରିଖ ସୁଦ୍ଧା ସରକାର ପୂରଣ ନ କରିବେ ୧୭ ତାରିଖ ରୁ ସମସ୍ତ ଫାର୍ମାସିଷ୍ଟ କର୍ମ ଚାରି ଙ୍କ ସମେତ ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ସୁଶାନ୍ତ ବେହେରା, ଅଭୟ କୁମାର ସାହୁ, ଶୁଭସ୍ମିତା ସାହୁ ଓ ସ୍ବପ୍ନଜିତ ଶୁଭଙ୍କର ମଲ୍ଲିକ ସାମୁହିକ ଛୁଟି ପ୍ରଦାନ ନିମନ୍ତେ ଦରଖାସ୍ତ ଦେଇଥିବା ଜଣାପଡିଛି।

Post a Comment

Previous Post Next Post