ଜଳେଶ୍ବର, ୪/୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବାଇଗଣ ବାଡ଼ିଆ ଗ୍ରାମ ପଞ୍ଚାୟତ ସ୍ଥିତ କଣ୍ଟାପାଳ ଜନ୍ମ ଗ୍ରହଣ କରିଥିଲେ ମାର୍କଣ୍ଡ ଚରଣ ଗିରି। ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ହିସାବରେ ଜଳେଶ୍ଵର ବ୍ଲକରେ ଯେତେ ନାମ କମିଥିଲେ, ତା ଠାରୁ ଅଧିକ ଥିଲେ ଉତ୍ତର ବାଲେଶ୍ଵର ରେ ଜଣେ ଜଣା ଶୁଣା ସୁଦକ୍ଷ ପଞ୍ଚାୟତଦାର ହିସାବରେ ପରିଚିତ ହୋଇ ପାରିଥିଲେ।ସେ ସୁରେନ୍ଦ୍ର ନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଥିଲେ।ସେ ତାଙ୍କ ଚାକିରୀ ଜୀବନ ଠାରୁ ୨୦୦୬ ମସିହା ଫେବୃଆରୀ ରେ ଅବସର ଗ୍ରହଣ କରିବା ପରେ ସମାଜ ସେବା ରେ ମନ ଦେଇଥିଲେ।ପୂର୍ବତନ ବିଧାୟକ ସ୍ୱର୍ଗତ ଗଦାଧର ଗିରିଙ୍କର ଅତି ପ୍ରିୟ ଓ ନିକଟତର ବନ୍ଧୁ ଥିଲେ।ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସ୍ୱର୍ଗତ ମାର୍କଣ୍ଡ ଗିରିଙ୍କ ଶିକ୍ଷକ ସିଦ୍ଧେଶ୍ୱର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଏକ ଶୋକ ସଭା ଗତ ୨ ତାରିଖ ଦିନ କଣ୍ଟାପାଳ ସ୍ଥିତ ବାସଭବନ ରେ ହୋଇଥିଲା। ଉକ୍ତ ସଭାରେ ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ କୁମାର ଜେନା, ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ଅଣ୍ଡିଆ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଜଳେଶ୍ଵର ଶିକ୍ଷକ ନେତା ସୁକୁମାର ମିଶ୍ର, ରବିନ୍ଦ୍ର ରାୟ, ରମେଶ ଚନ୍ଦ୍ର ପାତ୍ର, ସିଦ୍ଧେଶ୍ୱର ପଣ୍ଡା, ଦେବାଶିଷ ଗିରି, ପ୍ରଭୂରାମ ପ୍ରଧାନ, ଶ୍ରୀମନ୍ତ ଧଳ, ବେଣୁଧର ପରିଡ଼ା, ବରେନ୍ଦ୍ର ନାଥ ପ୍ରଧାନ, ଅଜୟ କୁମାର ଧଳ, ଧୀରେନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ରଣା, ସଦାନନ୍ଦ ଦଳାଇ, ହରିଶ ଚନ୍ଦ୍ର ଗିରି, ବିଷ୍ଣୁ ଚରଣ ବାଗ, ଗିରି, ମୃତ୍ୟୁଞ୍ଜୟ ଜେନା, ଦେବାଶିଷ ଦାସ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ର ଛାତ୍ରୀ ତଥା ବହୁ ଗନ୍ୟ ମାଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ।ସେ ବହୁ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତାଙ୍କର ଅନୁପସ୍ଥିତ ତଥା ଆବର୍ତ୍ତମାନ ରେ ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ଏବଂ ଅଞ୍ଚଳରେ ଏକ ମୁରବିହୀନ ହୋଇ ଗଲା ବୋଲି ପ୍ରକାଶ ପାଇଥିଲା। ତାଙ୍କର କନିଷ୍ଠ ପୁତ୍ର ରଜତକାନ୍ତି ଗିରି ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment