ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରାନରସିଂପୁର ନର୍ସରୀ ସଭାଗୃହ ଠାରେ ଗଡଜାତ ଲୋକ ମହୋତ୍ସବ ଆନୁକୂଲ୍ୟରେ ଆଜି ମଙ୍ଗଳବାର ଦିନ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ର ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି!ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡlପାଲି ଙ୍କ ତିନି ଜଣିଆ ଡାକ୍ତରୀ ଟିମ ଏହି ଶିବିରରେ ଚକ୍ଷୁ ପରୀକ୍ଷା, ଔଷଧ ବଣ୍ଟନ, ଚଷମା ବଣ୍ଟନ କରିଥିଲେ। ସମୁଦାୟ ୪୦ଜଣ ଚକ୍ଷୁ ରୋଗୀ ଙ୍କ ମଧ୍ୟରୁ ୧୨ଜଣ ରୋଗୀଙ୍କ ଚକ୍ଷୁ ଅପରେସନ ପାଇଁ ସ୍ୱତନ୍ତ୍ର ଗାଡି ଯୋଗେ ପଣ୍ଡାପାଲି ଚିକିତ୍ସାଳୟ କୁ ନିଆଯାଇଥିଲା!ଚିକିତ୍ସା ଶିବିରରେ ଡା. ମାନସ କୁମାର ପାଢ଼ୀ, ଡା. ଅନ୍ତର୍ଯ୍ୟାମୀ ନାଏକ, ଡା. ନିମାଇଁ ଚରଣ ଦଳବେହେରା ଅଂଶ ଗ୍ରହଣ କରିଥିବା ବେଳେ କମିଟି ର ସଦସ୍ୟ ନରେନ୍ଦ୍ର କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ଗାଈଗୌରିଆ, ସୁଜ୍ଞାନ ପ୍ରଧାନ, ଦେବାଶିଷ ମହାକୁଡ଼, ଦେବେନ୍ଦ୍ର ସାହୁ, ଜୟ କିଶ୍ବର ମିଶ୍ର, ହରି ଅର୍ଜୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Post a Comment