ଶ୍ରୀରାମ ନବମୀ ରେ ଶ୍ରୀରାମ ସେନା ପକ୍ଷରୁ ପରିକ୍ରମା


ହରଭଙ୍ଗା ୩୦/୦୩ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜ଼ୀଲ୍ଲା ହରଭଂଗା ବ୍ଲକ ପୁରୁଣା କଟକ ବଜାରରେ ଆଜି ରାମ ନବମୀ ଉପଲକ୍ଷେ ଶ୍ରୀରାମ ସେନା ପକ୍ଷରୁ ସହର ପରିକ୍ରମା କରାଯାଇଛି ।ଆଜି ମଧ୍ୟାହ୍ନ ସମୟରେ ଶ୍ରୀରାମ ସେନାର କର୍ମକର୍ତ୍ତା ଏକତ୍ରିତ ହୋଇ ପୁରୁଣାକଟକ ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣାକଟକ ବଜାର ପରିକ୍ରମା କରିଥିଲେ । ଏଥିରେ ବଜରଙ୍ଗ ଦଳ ଜ଼ୀଲ୍ଲା ସଂଯୋଜକ-ସମ୍ବିତ ପଟ୍ଟନାୟକ,ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ,ସଂଗ୍ରାମ ବେହେରା, ଅରୂପା ଦୀପ ଙ୍କ ସହ ଶ୍ରୀରାମ ସେନାର ଅବିନାଶ ସାହୁ, ଅମିତ ବେହେରା ଓ ଶହ ଶହ ଶ୍ରୀରାମଭକ୍ତ, ନାମ ସଂକୀର୍ତନ, କୃଷ୍ଣ ଗୁରୁ ଆଦି ସାମିଲ ହୋଇ ଶ୍ରୀରାମ ଙ୍କ ଭଜନ ସହିତ ନାରାବାଜି ଦେଇଥିଲେ । ଏନେଇ ପୁରୁଣା କଟକ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post