ଜଳୁଛି ହରଭଙ୍ଗା ବ୍ଲକ ର ସମସ୍ତ ଜଙ୍ଗଲ : ବେଫିକର ବନବିଭାଗ ; ବିପଦ ସଂକୁଳ ଅବସ୍ଥାରେ ବନ୍ୟ ପ୍ରାଣୀ


ହରଭଙ୍ଗା :୬/୩ ସଂପୂର୍ଣ୍ଣ ଧ୍ବଂସ ହୋଇଯିବକି ହରଭଙ୍ଗା ବ୍ଲକ ଅଧିନସ୍ଥ ଜଙ୍ଗଲ, ଜଳି ପାଉଁଶ ହୋଇଯିବକି ମୂଲ୍ୟବାନ କାଠ, ଔଷଧିୟ ବୃକ୍ଷ ଜଳି ଛାରଖାର ହୋଇଯିବେକି ବନ୍ୟପ୍ରାଣୀ!ଗପ ନୁହେଁ ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ର ବିଭିନ୍ନ ଜଙ୍ଗଲରେ। ପୁରୁଣା କଟକ ବନ ବିଭାଗ, ମାଧପୁର ବନାଞ୍ଚଳ ଓ ବହୁ ଚର୍ଚ୍ଚିତ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବହୁ ଜଙ୍ଗଲରେ ଦୁଇଦିନ ଧରି ନିଆଁ ଲାଗିଥିବାର ସ୍ଥାନୀୟ ବାସିନ୍ଦା ମାନେ ମତ ପ୍ରକାଶ କରିଥିବା ସହ ନିଆଁ ଲିଭାଇବାକୁ କୋଣସି ବନ ବିଭାଗ କର୍ମଚାରୀ ଆସୁନ ଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ଅରାଗଡ଼ ପାହାଡ଼ର ସୁଲିଆ ଜଙ୍ଗଲ, ଗୁଣ୍ଡୁରୀବିଡା, ତିଲ୍ଲୀକିପୂର, ହରିଡ଼ା ବିଡା,ଅରଖ ପଦର, ମାଧପୁର ରେଞ୍ଜର ଗାଣ୍ଡା ପାଜୁ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା କୁମାରୀ ବାଙ୍କଦେବୀ ପାହାଡ଼ ରେ ନିଆଁ ଲାଗିଛି ହେଲେ ବନ ବିଭାଗ ପାଖରେ ଏହାର ତଥ୍ୟ ନ ଥିବାରୁ ଦୁଇଦିନ ଧରି ଜଙ୍ଗଲ ଜଳୁଛି!ଫଳରେ ମୂଲ୍ୟବାନ ଗଛ, ଔଷଧିୟ ବୃକ୍ଷ, ବନ୍ୟ ପ୍ରାଣୀ ଧ୍ବଂସ ହେବାରେ ବସିଲେଣି!ସ୍ଥାନେ ସ୍ଥାନେ ନିଆଁ ଭୟରେ ବନ୍ୟ ଜନ୍ତୁ ଜଙ୍ଗଲରୁ ବାହାରକୁ ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସୁଥିବା ବେଳେ ଲୋକ ଙ୍କ ମୁଖରେ ପଡି ଶିକାର ହେଉଛନ୍ତି!ବେଫିକର ଓ ବେପରୁଆ ବନ ବିଭାଗ କାର୍ଯ୍ୟ ପାଇଁ ଧ୍ବଂସ ହେବାକୁ ବସିଛି ଜଙ୍ଗଲ ଓ ବିଷାକ୍ତ ହେବାକୁ ବସିଛି ପରିବେଶ।

Post a Comment

Previous Post Next Post