ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଶିକ୍ଷା ଓ ତାଲିମ ଶିିବିର ଉଦ୍‌ଯାପିତ


ସୋନପୁର: ୬/୩ (ଆଜତକ୍ ଓଡ଼ିଶା) ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଂଜୁଲତା ଭୋଇଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦେଇ ଜୁନିଅର ମାନଙ୍କୁ  ରେଡକ୍ରସର ନୀତି ଅନୁସରଣ ପୂର୍ବକ ଛାତ୍ରଛାତ୍ରୀ ଜୀବନକୁ ସଂଘଟିତ କରିବା ପୂର୍ବକ ମାନବୀୟ ସେବା ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ଜିଲ୍ଲା ସଂପାଦକ ଡା. ରାଧାକାନ୍ତ ଗଡତିଆ, ଭାଇସଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର, ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ବରିଷ୍ଠ ସାଧନ କର୍ମି ଝସକେତନ ମେହେର ମଂଚାସୀନ ଥିଲେ । ଜିଲ୍ଲା ଶିକ୍ଷା ଅଧିକରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା 
ଉଦଘାଟନି ସଭାରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ଏଡିଏମଓ ଡା.ରମେଶ ଚନ୍ଦ୍ର ସ୍ୱାଇଁ ମୂଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଭାରତୀୟ ରେଡ଼କ୍ରସ ଓଡିଶା ରାଜ୍ୟ ଶାଖାର ପୂର୍ବତନ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଧର୍ମସିଂହ ମିଶ୍ର ଯୋଗଦେଇ ସମବେତ ଶିବିରାର୍ଥିଙ୍କୁ ରେଡକ୍ରସ ମନ୍ତ୍ରରେ ଉଦବୁଦ୍ଧ ହୋଇ ମାନବୀୟ ସେବାକୁ ସମାଜ କଲ୍ୟାଣ ଦିବରେ ସମର୍ପଣ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ଡା.ରାଧାକାନ୍ତ ଗଡତିଆ ପରିଚାଳନା କରିଥିଲେ ।

ସାଧନକର୍ମି ଝସକେତନ ମେହେର, ଚନ୍ଦ୍ରମଣି ବାଘ, ଅନୁପ୍ରୀୟା ମିଶ୍ର, ହୃଷୀକେଷ ଡାଙ୍ଗ, ବଳାରମ ପୁରୋହିତ, ଚନ୍ଦ୍ର ଶେଖର ମହାପାତ୍ର, ଶେଷଦେବ ଛତ୍ର, ସସ୍ମିତା ସାହୁ, ତପସ୍ୱିନୀ ଦାଶ, ଗୋପେଶ ପଣ୍ଡା ପ୍ରମୁଖ ୧୧୪ ଟି ହାଇସ୍କୁଲ ଏବଂ ଅପର ପ୍ର୍‌ଇମେରୀ ସ୍କୁଲରୁ ଆସିଥିବା ୩୧୫ଜଣ ଜୁନିଅର ଛାତ୍ରଛାତ୍ରୀ ଏବଂ ୧୨୫ ଜଣ ପରାମର୍ଶଦାତା ମାନଙ୍କୁ ରେଡକ୍ରସ ଆନ୍ଦୋଳନ, ସପ୍ତନୀତି, ପ୍ରାଥମିକ ଚିକିତ୍ସା, ରକ୍ଷକ, ରକ୍ତଦାନ ଆନ୍ଦୋଳନ, କ୍ଲାଇମେଟ ଚେଂଜ, ଏଚ୍‌ଆଇଭି ଏଡସ. ପ୍ରାକୃତିକ ବିପର୍ଯ୍ୟୟ, ସ୍କୁଲ ସେଫ୍‌ଟି ଭଳି ବିଭିନ୍ନ ବିଷୟରେ ଡେମୋ ମାଧ୍ୟମରେ ତାଲିମ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ନିମାଇ ଚରଣ ମଲ୍ଲୀକ, ବିଜୟ କୁମାର ପଣ୍ଡା, ପବିତ୍ର ବାରିକ, ବୈକୁଣ୍ଠ ନାୟକ, ପରାମର୍ଶଦତା ଜଗଦିଶ ଦାଶ, ହୃଷିକେଶ ଚାନ୍ଦ, ମୋନାଲିସା ପରମାଣିକ, ସଂଗୀତା ପଧାନ, ଦମୟନ୍ତୀ ଜଗଦଲା,ଲୋକନାଥ ଠେଲା, ଶେଷଦେବ ହୋତା, ବନବାସ ମେହେର, ଘନଶ୍ୟାମ ମେହେର, ଗୋବର୍ଦ୍ଧନ ବାରିକ, ପ୍ରଧାନଶିକ୍ଷକ ରାଜେନ୍ଦ୍ର ମିଶ୍ର, ଶ୍ରୀଧର ବାଘ, କାଳିଆ କର୍ମି, ପଦ୍ମନାଭ କର୍ଣ୍ଣ, ନଳନୀ କୁମ୍ଭାର, ତ୍ରୀପୁରାରୀ ରଥ, ଅମ୍ବୁଜ ବିହାରି ଶତପଥି, ସଂଜୟ ସାହୁ, ଅକ୍ଷୟ କୁମାର ସାହୁ, ପ୍ରମୁଖ ସହ ଯୋଗ କରିଥିଲେ । ପରାମର୍ଶଦାତ୍ରୀ ପ୍ରଜ୍ଞା ପରିମିତା ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ସୌଦାମିନୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post