ଭେଗରାଇ (ଚିନ୍ମୟ କୁମାର ଦାସ) କାଳ ବୈଶାଖୀ ଜନିତ ପବନ ମାଡ଼ରେ ଏକ ମାଛଧରା ଡଙ୍ଗା ଭାଙ୍ଗି ନଷ୍ଟ ହୋଇ ଯାଇଛି। ସରକାରୀ ସହାୟତା ପାଇଁ ମତ୍ସ୍ୟଜୀବୀ ଜଣକ ବାଲେଶ୍ବର ଜିଲ୍ଲା ମତ୍ସ୍ଯ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ମତ୍ସ୍ୟଜୀବୀ ଜଣକ ଭୋଗରାଇର ଗୋଛିଦାତେଘରି ପଞ୍ଚାୟତ ଅଧୀନ କୃଷ୍ଣନଗର ଗାଁର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,ଗତ ସୋମବାର ରାତି ପ୍ରାୟ ୧୦ଟାରେ ଭୋଗରାଇର ଉପାନ୍ତ ଅଞ୍ଚଳରେ କାଳ ବୈଶାଖୀ ଜନିତ ପବନ ଓ ବର୍ଷା ହୋଇଥିଲା। କୃଷ୍ଣନଗର ଗାଁର ବାବୁଲା ପଟ୍ଟାୟତ ବଙ୍ଗୋପସାଗର କୂଳ କୃଷ୍ଣନଗର ଘାଟରେ ତାଙ୍କ ମାଛଧରା ଡଙ୍ଗାଟି ରଖିଥିଲେ। ସେ ଜଣେ ପାରମ୍ପରିକ ମତ୍ସ୍ୟଜୀବୀ ଅଟନ୍ତି। ମାଛଧରି ପରିବାର ପ୍ରତିପୋଷଣ କରୁଥିବା ଡଙ୍ଗାଟି ଭାଙ୍ଗି ନଷ୍ଟ ହୋଇ ଯାଇଛି। ଏନେଇ ଶ୍ରୀ ପଟ୍ଟାୟତ କଖଡ଼ା ରାଜସ୍ବ ନିରୀକ୍ଷକ ଓ ମତ୍ସ୍ୟ ଅଧିକାରୀଙ୍କୁ ଲିଖିତ ଅବଗତ କରିଛନ୍ତି। ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଇଷ୍ଟ କୋଷ୍ଟ ଫିସ ୱାର୍କର୍ସ ୟୁନିୟନର ସମ୍ପାଦକ ଶଙ୍କର ବେହେରା ଦାବୀ କରିଛନ୍ତି।

Post a Comment