ଭୋଗରାଇ ( ଚିନ୍ମୟ କୁମାର ଦାସ ) ଭୋଗରାଇ ର ଚନ୍ଦନେଶ୍ବର ବଜାରରେ ଏକ ଡମ୍ପର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇ ଯାଇଛି । ମୃତକ ଜଣକ ବାଜିତପୁର ପଂଚାୟତ ଅଧୀନ ସେହି ଗାଁର ସୁଦର୍ଶନ ମହାନ୍ତି ( ୬୩ ) ବୋଲି ଜଣା ପଡିଛି । ମାତ୍ର ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଡମ୍ପର ଛାଡି ଫେରାର ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକେ ସାଇକେଲ ଆରୋହୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚନ୍ଦନେଶ୍ବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଳସାରୀ ସାମୁଦ୍ରିକ ଥାନାର ଏ ଏସ ଆଇ ଭଗବାନ ଦାସ ଘଟଣାସ୍ଥଳରେ ପହଂଚି ଡମ୍ପର ଓ ସାଇକେଲକୁ ଥାନାକୁ ନେଇଥିଲେ । ଏନେଇ ସାମୁଦ୍ରିକ ଥାନାରେ କେଶ ନଂ ୨୯ / ୨୩ ମାମଲା ରୁଜୁ ହୋଇ ଥିବା କଥା ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ କହିଛନ୍ତି । ମଙ୍ଗଳବାର ସକାଳ ପ୍ରାୟ ୧୧.୩୦ମି ସମୟରେ ସୁଦର୍ଶନ ଏକ ସାଇକେଲରେ ଚନ୍ଦନେଶ୍ୱର ବଜାରକୁ ଆସୁଥିଲେ । ସାହାବାଜିପୁର ପଟରୁ ଓଡି ୦୧ ଏଏଫ ୬୪୬୨ ନମ୍ବର ଥିବା ଡମ୍ପରଟି ଦ୍ରୁତ ଗତିରେ ଆସି ଚନ୍ଦନେଶ୍ବର ସୀତା ହୋଟେଲ ସମ୍ମୁଖରେ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁଦର୍ଶନଙ୍କୁ ଉଦ୍ଧାର କରିବା ସମୟରେ ଡମ୍ପର ଚାଳକ ଜଣକ ଖସି ଯାଇଥିଲେ।

Post a Comment