ଭବାନୀପାଟଣା:୧୫/୩ (ଶ୍ୟାମସୁନ୍ଦର ମାଝୀ) ଜୁନାଗଡ଼ ବ୍ଲକ ପୀଳିକିଆ ଗ୍ରାମର ସରତଚନ୍ଦ୍ର ବାଗ ଦୀର୍ଘ ଦିନରୁ ପକ୍ଷାଘାତ ରୋଗରେ ପୀଡିତ ଅସହାୟ ଜୀବନ ଜିଉଥିଲେ । ମୁଖ୍ୟତଃ ସେ ଠିକ ରେ ଚାଲି ପାରନ୍ତି ନାହିଁ କି ନିଜେ ଖାଦ୍ୟ ମଧ୍ୟ ଖାଇ ପାରନ୍ତି ନାହିଁ । ଯଦି ଲାଟ୍ରିନ ଯିବାକୁ ହୁଏ ତେବେ ଅନ୍ୟ ଉପରେ ଭରସା । ଏହିସବୁ କଷ୍ଟ ସାଧ୍ୟ ଭିତରେ ସେ ଜୀବନ ଯାପନ କରୁଥିଲେ । ଏହି ସମସ୍ୟା ବିଷୟରେ ଅର୍ଜୁନ ବାଗ ସମାଜସେବା ଶ୍ରୀ ଯଶୋବନ୍ତ ରଣା ଙ୍କୁ ଜଣେଇଥିଲେ । ଶ୍ରୀ ରଣା ଖବର ପାଇବା ପରେ ତୁରନ୍ତ ତାଙ୍କ ପରିବାର ସହ ଯୋଗାଯୋଗ କରି ସମସ୍ତ ଡକୁମେଣ୍ଟ ସଂଗ୍ରହ କରିଥିଲେ । ସମସ୍ତ ତଥ୍ୟ ସଂଗ୍ରହ କରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୁ ଜଣେଇ ସରତଚନ୍ଦ୍ର ଙ୍କୁ ହୁଇଲଚେୟାର ପ୍ରଦାନ କରିବାକୁ ନିବେଦନ କରିଥିଲେ । ପରେ ପୂର୍ବତନ ଡ଼ିଏସଏସଓ ଶ୍ରୀ ମଦନଜିତ ହୋତା ଙ୍କ ନିର୍ଦେଶ ରେ କିଛିଦିନ ତଳେ ତାଙ୍କୁ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି । ଏହିପରି ମହତ କାର୍ଯ୍ୟ ପାଇଁ ଅଞ୍ଚଳ ବାସି ଓ ତାଙ୍କ ପରିବାର ଡ଼ିଏସଏସଓ ମଦନଜିତ ହୋତା, ଅରୁଣ ମହାପାତ୍ର,ସମାଜସେଵି ଯଶୋବନ୍ତ ରଣା,ଅର୍ଜୁନ ବାଗ ଙ୍କୁ ସାଧୁବାଦ ଜଣେଇଛନ୍ତି ।

Post a Comment