ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଆପଣମାନେ ଦେଖିଥିବେ ଯେ ପୃଥିବୀ ପୃଷ୍ଠ ରେ ବାୟୁ ମଣ୍ଡଳ ଓ ପରିବେଶ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିବା ଆବଶ୍ୟକ । ଦିନକୁ ଦିନ ଧରା ପୃଷ୍ଠ ରେ ସ୍ବାର୍ଥ ପର ଲୋକ ମାନେ ପ୍ରତ୍ୟେକ ଦିନ ମଣିଷ ବୃକ୍ଷ କାଟି ନଷ୍ଟ କରିଦେବା ଫଳରେ ଅମ୍ଳଜାନ ର ଘୋର ଅଭାବ ଦେଉଛି । ମଣିଷ ,ପଶୁ ,ପକ୍ଷୀ ମାନେ ପୃଥିବୀ ପୃଷ୍ଠ ରୁ ଲୋପ ପାଇଯାଉଛନ୍ତି । ପରିବେଶ କୁ କିଭଳି ସୁରକ୍ଷା ରଖାଯାଇ ପାରିବ ସାଙ୍ଗ ମାନେ ସୁସ୍ଥ ଚିନ୍ତାଧାରା ବନ୍ଧୁ ବିବାହ ରିସେପ ସନ ପାଟି ରେ ଅଂଶ ଗ୍ରହଣ କରିଥିଲେ । କୌଣସି ପ୍ରଗ୍ରାମା ରେ ଅର୍ଥାତ
ବ୍ରତଘର, ଜନ୍ମଦିନ, ବିବାହ ଉତ୍ସବ, ବିବାହ ବାର୍ଷିକୀ ଆଦି ରେ ସାଙ୍ଗ ସାଥି, ବନ୍ଧୁ ବାନ୍ଧବ, ଅଫିସ ଷ୍ଟାପ ମାନେ ଖୁସିରେ ଜୀବନ ନଥିବା ପଦାର୍ଥ ଫେନ,ହାତ ଘଣ୍ଟା, ମୋବାଇଲ, ଫ୍ରିଜ, ଲୁଗାଧୁଆ ମେସିନ, ଲଫାପାରେ କିଛି ଟଙ୍କା ଗିଫ୍ଟ ଦେଇଥାନ୍ତି । କଥାଟି ହେଉଛି ବାଲେଶ୍ୱର ଜିଲ୍ଲା ସାର୍ଥା ଗ୍ରାମର କାର୍ତ୍ତିକ ଚନ୍ଦ୍ର ଜେନା ଙ୍କ ପୁତ୍ର ବିକାଶ ଚନ୍ଦ୍ର ଜେନା (ବିଟୁ ) ଙ୍କ ର ରିସେପଟନ ପାର୍ଟି ରେ ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବିଟୁ ଓ ମିତା ଙ୍କୁ ହେମନ୍ତ କୁମାର ବିଶ୍ୱାଳ, ଗୋପାଳ ମାଈତି, ଚନ୍ଦ୍ରକାନ୍ତ ଗିରି, ମିଥୁନ ଜେନା, ବଳରାମ ଦିଣ୍ଡା, ଉତ୍ତମ ଗିରି, ଜୟଦେବ ଗିରି ଓ ଶମ୍ବୁ ବିଶ୍ୱାଳ ଜୀବନ ଥିବା ସଜୀବ ଗିଫ୍ଟ ଲେମ୍ବୁ, ପିଜୁଳି, ଆମ୍ବ,ଅଁଳା, ସାପେତା, ଗୋଲାପ, ମନ୍ଦାର ଏବଂ ଡିଜାଇନ ର ଏମିତି କେତଟି ମୂଲ୍ୟବାନ ବୃକ୍ଷ ଦେଇଥିବା ଦେଖିବାକୁ ମିଳିଛି । ଏମିତି ଗିଫ୍ଟ ସାଙ୍ଗକୁ ଦେବେ ଯେମିତି ସାଙ୍ଗ ସବୁଦିନ ମନେରଖିବ ବୋଲି ସାଙ୍ଗମାନେ କହିଥିଲେ । ବୃକ୍ଷଟି ଘର ଆଗରେ ବା ପଛରେ ଲଗାଇବା, ସେହି ବୃକ୍ଷଟି କୁ ପ୍ରତ୍ୟେକ ଦିନ ଯତ୍ନ ନେବ, ଫୁଲ ଫଳ ପାଇବ ଯେମିତି ପ୍ରତ୍ୟେକ ଦିନ ସାଙ୍ଗ ସାଙ୍ଗ ମାନଙ୍କ କଥା ମନେ ରଖିବ । ସତରେ ଏଭଳି ନିଆରା ପ୍ରୟାସ କୁ ବିଭିନ୍ନ ବୁଦ୍ଧି ଜିବି ମହଲ ରେ ଚର୍ଚ୍ଚା ସହ ପ୍ରଶଂସା ଜୋର୍ ଧରିଛି ।
Post a Comment