ସୁବର୍ଣ୍ଣପୁର (ଗଣପତି ବାଘ) ସୁବଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ମହାରାଜା ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ଚାରି ଲକ୍ଷ ଟଙ୍କା ମୋ ସ୍କୁଲ ଅଭିଯାନ ପାଣ୍ଠିରେ ଡିପୋଡିଟ କରାଯାଇଛି । ଫଳରେ ସରକାରଙ୍କ ତରଫରୁ ଡିପୋଜିଟ ଅର୍ଥର ଦୁଇଗୁଣ ଅର୍ଥାତ ମୋଟ ବାର ଲକ୍ଷ ଟଙ୍କା ମିଳିବ । ଯେଉଁ ଅର୍ଥରେ ବିଦ୍ୟାଳୟର ଅତ୍ୟାବଶ୍ୟକ ଉନ୍ନୟନମୂଳକ କାମ ହାତକୁ ନିଆଯିବ । ପ୍ରକାଶ ଥାଉ କି ମହାରାଜା ଉଚ୍ଚ ବିଦ୍ୟାଳୟ ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ମଧ୍ୟ ପ୍ରଶାସନିକ ଓ ରାଜନୈତିକ ଅବହେଳା ହେତୁ ଏହା ଘୋର ଅବହେଳିତ ହୋଇ ପଡି ରହିଛି । ଏପରିକି ଦୀର୍ଘ ବର୍ଷ ହେଲା ଏହି ବିଦ୍ୟାଳୟଟି ନିୟମିତ ପ୍ରଧାନ ଶିକ୍ଷକ ବିନା ଚାଲୁଛି । ଯେଉଁଥିପାଇଁ ପୁରାତନ ଛାତ୍ର ସଂଘ ଧାରଣାରେ ବସିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳରେ ସାକ୍ଷାତ ଆଲୋଚନା କରିଛି । ଏହି ବିଦ୍ୟାଳୟ ସରକାରଙ୍କ ୫ଟି ଅଧିନକୁ ଆସିବାପରେ ଏହାର ଭିତ୍ତିଭୂମି ସାମାନ୍ୟ ବିକଶିତ ହୋଇଛି । ମାତ୍ର ଏହି ଶିକ୍ଷାନୁଷ୍ଠାନର ସମୂହ ବିକାଶ ସକାଶେ ବହୁତ କାମ କରିବାକୁ ବାକି ଅଛି । ଯେଉଁଥପାଇଁ ପୁରାତନ ଛାତ୍ର ସଂଘ ଦୀର୍ଘ ଦିନ ହେଲା ସଂଗ୍ରାମ ଜାରି ରଖିଛି । ପୁରାତନ ଛାତ୍ର ସଂଘର ଉଦ୍ୟମରେ ବିଦ୍ୟାଳୟର ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ଏହି ଚାରି ଲକ୍ଷ ଟଙ୍କାର ପାଣ୍ଠିକୁ ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳ ଅବଲୀ ସୁନୀଲ ନରଓ୍ବେଣଙ୍କ ଉପସ୍ଥିତିରେ ମହାରାଜା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ସଭାପତି ଗୋରେଖନାଥ ସାହୁ, ସଂପାଦକ ବ୍ୟୋମକେଶ ଦାଶ ଓ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ରଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଶ୍ କୁମାର ରଥଙ୍କୁ ଏହି ଚାରିଲକ୍ଷ ଟଙ୍କା ଡିପୋଜିଟର ବ୍ୟାଙ୍କ ରସିଦ ପ୍ରଦାନ କରିଥିଲେ ।

Post a Comment