ଖଡ଼ିଆଳ : (ପରମେଶ୍ବର ମେହେର) ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ର ତିନି ବର୍ଷୀୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମବେତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ ତରୁଣ କୁମାର ପ୍ରଧାନ ଙ୍କ ସଭାପତିତ୍ୱରେ ଵିଭାଗୀୟ ମୁଖ୍ୟ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନନ୍ୟ ଅତିଥି ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ଅଶ୍ୱିନୀ କୁମାର ପାଢୀ , ଗଣିତ ଵିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ହରେକୃଷ୍ଟ ମିଶ୍ର ,ରାଜନୀତି ବିଜ୍ଞାନ ର ଅଧ୍ୟାପକ ଶ୍ରୀ ସୁନୀଲ କୁମାର ପାଢୀ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗ ର ଶ୍ରୀ ଧ୍ରୁବ ପାତ୍ର ଏବଂ ଶିକ୍ଷା ବିଭାଗ ଅଧ୍ୟାପିକା ସୁଶ୍ରୀ ସୁରଭି ପ୍ରଧାନ ପ୍ରମୁଖ ଶିକ୍ଷା ,ଶିକ୍ଷକ ଏବଂ ସମାଜ ପାଇଁ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ଅବସରରେ ଅତିଥିମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ର ଗୁରୁତ୍ୱ ତଥା ଉତ୍ତମ ବ୍ୟବହାର ,ଶାଳୀନତା , ଶୃଙ୍ଖଳା , ସୁ ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପରିଶେଷରେ ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରଛାତ୍ରୀ ମାନେ ଧନ୍ୟବାଦ ଦେବା ପୂର୍ବକ ମନୋରଞ୍ଜନ ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଶିକ୍ଷା ଶିକ୍ଷକ ଏବଂ ଛାତ୍ରଛାତ୍ରୀ ତଥା ବ୍ୟବସ୍ଥା ର ସମନ୍ୱୟ ନିମନ୍ତେ ଏଭଳି ଆୟୋଜନ ଜରୁରୀ ଅଟେ ।

Post a Comment