କଳାହାଣ୍ଡି ଜିଲ୍ଲା ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ଭବାନୀପାଟଣା: (ଶ୍ୟାମସୁନ୍ଦର ମାଝୀ) ଚାରି କୋଟି ଓଡିଆଙ୍କ ମୋଉଡ ମଣି ଓଡିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ ବହୁ ପ୍ରତିକ୍ଷିତ ବିଜୁ ଏସ୍କ ପ୍ରେସ ୱ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ପଶ୍ଚିମ ଓଡ଼ିଶାର ତିନୋଟି ଜିଲ୍ଲା ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ବୃନ୍ଦାବାହାଲ ଠାରେ ଅନୁଷ୍ଠିତ ହୋଇଥିବା ମହାମଞ୍ଚ ରେ ପହଞ୍ଚି ଲକ୍ଷଲକ୍ଷ ବିଜୁ ପ୍ରେମୀ ତଥା ଜନସମୁଦ୍ର ସମାଗମ ମଧ୍ୟରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ଓଡ଼ିଶା ଗସ୍ତ କରି ସର୍ବ ମୋଟ ୯୩ ଟି ପ୍ରକଳ୍ପ ଶୁଭାରମ୍ଭ ଏବଂ ୧୧୩ଟି ପ୍ରକଳ୍ପ ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଥିବା ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଲେଟପାଣି ଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି, ମୂଖ୍ୟମନ୍ତ୍ରୀ କହିଛନ୍ତି ଅମର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମଦିବସ ପାଳନ କରାଯାଉଛି, ପ୍ରବାଦ ପୁରୁଷ ବିଜୁବାବୁ ଓଡ଼ିଶାବାସୀଙ୍କର ଭରସା ଥିଲେ, ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିବାକୁ ଭଲ ପାଉଥିଲେ, ଜଣେ ଓଡ଼ିଆ ଭାବେ ସେ ନିଜକୁ ବହୁତ ଗର୍ବ କରୁଥିଲେ, ତେଣୁ ତାଙ୍କ ଜନ୍ମଦିବସରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରି ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଥିଲେ, ମୂଖ୍ୟମନ୍ତ୍ରୀ କହିଥିଲେ ମୁଁ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ ଖୁଦ୍ କହିଛନ୍ତି, ସୂଚନାଯୋଗ୍ୟ, ‘ବିଜୁ ଏକ୍ସପ୍ରେସ୍‌ ୱେ’ରେ ଘାଟିପଡା ଠାରୁ ଆମପାଣୀ ପର୍ଯ୍ୟନ୍ତ ନିର୍ମାଣ କାମ ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି ବୋଲି ପ୍ରକାଶ କରିଥିଲେ ।

Post a Comment

Previous Post Next Post