ଖଡ଼ିଆଳ,(ପରମେଶ୍ବର ମେହେର) ନୂଆପଡ଼ା ଖଡ଼ିଆଳ ବ୍ଳକ ବରଗାଁ ଗ୍ରାମ ପଞ୍ଚାୟତ ପରିସର ରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ପଞ୍ଚାୟତ ସମିତି ଚେରମେନ ପୁଷ୍ପାଞ୍ଜଳି ନନ୍ଦ , ଭାଇସ ଚେରମେନ ଗୌତମ ତାଣ୍ଡି, ଖଡ଼ିଆଳ ବିଡିଓ ବିରସେନ ବେହେରା,ଏପିଓ ପ୍ରଦୀପ ଓଝା ସମେତ ବ୍ଳକ ର ଅନ୍ୟନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ । ଏହି ପଂଚାୟତ ଜନ ଶୁଣାଣି ଶିବିର ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ,ବୁଢା ବୁଢ଼ୀ ଭତା, ଭିନ୍ନକ୍ଷମ ଭତା ପ୍ରଭୁତି ୮୧ ଗୋଟି ଅଭିଯୋଗ ଆସିଥିବା ବେଳେ ଏସବୁ ସମସ୍ୟା ତୁରନ୍ତ ସମାଧାନ ପାଇଁ ବ୍ଳକ ଅଧକ୍ଷ, ବିଡିଓ ,ସରପଞ୍ଚ ଅଭିଯୋଗ କାରୀ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।ପଞ୍ଚାୟତ କର୍ମକର୍ତ୍ତା ସୌରଭ ମେହେର, ରକ୍ଷ ନାଗ ଓ ସୁକୃ ବାଗ ସହଯୋଗ କରିଥିବା ବେଳେ ବରଗାଁ ପିଇଓ ଦେବୀ ଚରଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment