ପ୍ରାଥମିକ ସ୍କୁଲରେ ୬ଷ୍ଠ ଶ୍ରେଣୀ ଆରମ୍ଭ କରିବା ନେଇ ବିଇଓଙ୍କୁ ସାକ୍ଷାତ


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) : ତୁରେକେଲା ବ୍ଲକ ଦାବିରି ଗାଁରେ ଥିବା ପ୍ରାଥମିକ ସ୍କୁଲରେ ୬ଷ୍ଠ ଶ୍ରେଣୀ ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗାଁର ମା’ ଦୁଆରଶିନୀ ଯୁବକ ସଂଘ କର୍ମକର୍ତ୍ତାମାନେ ସୋମବାର ବିଇଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେମାନଙ୍କ ସୂଚନା ଅନୁସାରେ, ଗାଁରେ ଦୁଇଟି ପ୍ରାଥମିକ ସ୍କୁଲ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ରହିଛି। ଅନେକ ଛାତ୍ରଛାତ୍ରୀ ଦାବିରି ନୂଆପଡ଼ା , ମୁଣ୍ଡାପଡ଼ା ଅଂଚଳରୁ ଆସୁଛନ୍ତି। ୬ଷ୍ଠ ଶ୍ରେଣୀରେ ପଢ଼ିବାକୁ ହେଲେ ଖୁଟୁଲୁମୁଣ୍ଡା , ହିଆଁଲ ଗାଁକୁ ଯିବାକୁ ପଡ଼ୁଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟ ସଡ଼କ ଦେଇ ୪ କିମି ଯାଉଛନ୍ତି। ତେଣୁ ଦୁର୍ଘଟଣା ଆଶଙ୍କା କରି ଅଭିଭାବକମାନେ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଚଳିତ ବର୍ଷରୁ ଗାଁରେ ଷଷ୍ଠ ଶ୍ରେଣୀ ଖୋଲିବାକୁ ଦାବି କରିଛନ୍ତି। ଦାବିପତ୍ର ଦେବା ସମୟରେ ଯୁବକ ସଂଘ ସଭାପତି ରାଜୁ ଛତ୍ରିଆ, ସମ୍ପାଦକ ନନ୍ଦିକିଶୋର ଚନ୍ଦନ, ଉପସଭାପତି ବୈକୁଣ୍ଠ କୁଆଁର, କୋଷଧ୍ୟକ୍ଷ ବୈକୁଣ୍ଠ ଚନ୍ଦନ, ନବୀନ ଭୋଇ, ସ୍କୁଲ ସଭାପତି ବିଷ୍ଣୁ ଗହୀର, ସଭ୍ୟ ଦୁଃଖନାଶନ ମଲ୍ଲିକ, ହରୀଶ ଚନ୍ଦନ, ଶଶିକାନ୍ତ ଚନ୍ଦନ, ବସନ୍ତ ଛତ୍ରିଆ ପ୍ରମୁଖ ଉପସ୍ଥିତଥିଲେ।

Post a Comment

Previous Post Next Post