ବନବିଭାଗ ର ପେଟ୍ରୋଲିଂ ଗାଡିକୁ ଗୁଳିମାଡ :୨ ଫରେଷ୍ଟ ଗାର୍ଡ ଆହତ


ବୌଦ୍ଧ : ୨୯/୩ (ସୁଶାନ୍ତ କୁମାର ବେହେରା) ଗତ କାଲି ବିଳମ୍ବିତ ରାତ୍ରିରେ ବନବିଭାଗ ର କର୍ମଚାରୀ ମାନେ ପେଟ୍ରାଲିଂ କରୁଥିବା ବେଳେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ପଂଚାୟତ ର ଖଲିଆପାଲି ଛକ ଠାରେ ହଠାତ ଦୂର୍ବତ୍ତ ମାନେ ଗୁଳି ଚାଳନା କରିଥିଲେ । ଫଳରେ ଦୁଇ ପରେଷ୍ଟ୍ ଗାର୍ଡ ଗୁଳିମାଡରେ ଆହତ ହୋଇଥିଲେ । ଦୁଇ ଆହତ ଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇ । ଆହତ ଦୁଇ ଫରେଷ୍ଟ ଗାର୍ଡ ହେଲେ ନୀଳାଚଳ ପ୍ରଧାନ , ଓ ନବକିଶୋର ସାହୁ । ଘଟଣା ଅନୁଯାଇ ଗାଡ଼ିରେ ଲାଗିଥିବା ଗୁଳି ମାଡ଼ ଚିହ୍ନ ଏହା ସଂଘବଧ ଆକ୍ରମଣ ହୋଇଥାଇ ପାରେ ଓ ଏହି ଆକ୍ରମଣ ଉକ୍ତ ଅଂଚରେ ଘଟୁ ଥିବା ଗଂଜେଇ ଚୋରାଚାଳନ, ବନ୍ୟ ଜନ୍ତୁ ଶିକାର ଦୁର୍ବୁତ୍ତ ମାନେ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯଉଛି!କିଏ ଗୁଳି ଚାଳନା କଲା ଓ କାହିଁକି କଲା କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Post a Comment

Previous Post Next Post