କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା


ଖପ୍ରାଖୋଲ ୨୪।୩ : (ଗଣେଶ ଦାସ)ବଲାଙ୍ଗିର ଜିଲ୍ଲା  ଖପ୍ରାଖୋଲ ର ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ  ଛାତ୍ରୀ ମାନଙ୍କୁ ଶୁକ୍ରବାର ବିଦାୟୀ ସମ୍ବର୍ଦ୍ଧନା ଦେଇଥିବା ଜଣା ପଡିଛି। ଷଷ୍ଠ ଶ୍ରେଣୀରୁ ଦଶମ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଛାତ୍ରୀ ମାନେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ କୁ  ନିଜର ଘର ତଥା ପରିବାର ମନେକରି ଶିକ୍ଷୟତ୍ରୀ, ୱାଡେନ, ଓ ସମସ୍ତ କର୍ମଚାରୀ ମାନଙ୍କ ମିଳିମିଶି ସହିତ ରହିଆସୁଥିଲେ। ଆଜି ସେମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି। ଏହି ସମ୍ବର୍ଦ୍ଧନା ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଦାୟୀତ୍ବ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଛୁରା , ୱାଡେନ ଅନିତା ମହାପାତ୍ର , ଶିକ୍ଷୟତ୍ରୀ ରିତା ବେହେରା , ରିତା ସାହୁ, ତଥା କେଜିବିବି ରେ କାର୍ଯ୍ୟରତ ନୀଳମାଧବ ସାହୁ, ରାଜକୁମାରୀ ବରିହା, ଶ୍ରଦ୍ଧାଞ୍ଜଳି ରାଉତ , ଗୀତାଞ୍ଜଳି ବାଗ, ଲିଜା ବନଛୋର୍ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଦାୟୀ ଛାତ୍ରୀମାନଙ୍କୁ ଶିକ୍ଷୟତ୍ରୀ ମାନେ ଉପହାର ପ୍ରଦାନ କରିଥିଲେ। ଏହା ସହିତ ଆଗାମୀ ଦିନରେ ଯେପରି ଛାତ୍ରୀମାନେ ସୁ ଶିକ୍ଷିତ ହୋଇ ନିଜ ଅଞ୍ଚଳର ତଥା ଦେଶର ନାଁ ରଖିବେ ସେ ନେ଼ଇ କେଜିବିଭି ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।

Post a Comment

Previous Post Next Post