ଗୁଦୁଡୁଘୁମା ଚୈତ୍ରପର୍ବ ଅବସରେ ଘୁମୁରା ପ୍ରତିଯୋଗୀତା


ଭବାନୀପାଟଣା:୨୯/୩ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମପଞ୍ଚାୟତ ଅଧିନସ୍ଥ ଗୁଦୁଡୁଘୁମା ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ଚୈତ୍ର ପର୍ବ ପାଳନ,ଶହ ଶହ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତିରେ ମାଁ ଇଷ୍ଟଦେବୀ ଠାକୁରଙ୍କ ଘଣ୍ଟ ପରିକ୍ରମା ହୋଇଥିଲା । ପ୍ରତ୍ୟେକ ଘରଘର ଯାଇ ବନ୍ଦାପନା ନେଇଥିଲେ,ରାତ୍ର ସମୟରେ ମନରଞ୍ଜନ କାର୍ଯ୍ୟ କାର୍ଯ୍ୟକ୍ରମ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା, ସେହି ପ୍ରତିଯୋଗୀତା ୬ ଗୋଟି ଘୁମୁରା ଦଳ ଭାଗନେଇ ଥିବାବେଳେ ମହାମଞ୍ଚ ରେ ମହାସଗଂଗ୍ରାମ ଘୋମାଘୋଟ ଦେଖି ବାକୁ ମିଳିଥିଲା, ହଜାର ହଜାର ଦର୍ଶକ ଦର୍ଶିକା ମାନଙ୍କ ମନଛୁଆଁ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିବାବେଲ ବାନେର ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ପଦମପୁର ଘୁମୁରା ଦଳ ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାଲୁଚୁଆ ତୃତୀୟ ସ୍ଥାନ ଅଧିକାର କରିଥିଲେ,ଏହି ମହାମଞ୍ଚ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରତିନିଧି ତଥା ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଦିନେଶ କୁମାର ରାଉତ ଏବଂ ପୂର୍ବତନ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ତୁଲେଶ୍ୱର ନାଏକ ଏବଂ ନକଟିକାନୀ ଗ୍ରାମପଞ୍ଚାୟତ ସରପଞ୍ଚ ସୁଶ୍ରୀ ସାବେତ୍ରୀ ମାଝୀ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କେଶବ ମାଝୀ ନାଏବ ସରପଞ୍ଚ ମହେନ୍ଦ୍ର ନାଗ ପୂର୍ବତନ ସମିତି ସଭ୍ୟ ତଥା ଗୋଲାମୁଣ୍ଡା ବ୍ଳକ ଓଡ଼ିଶା ଖବର ଲାଇଭ୍ ସାମ୍ବାଦିକ ଶ୍ରୀଯୁକ୍ତ ନିଆମ ମାଝୀ, ନକଟିକାନୀ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଗୋଉତମ୍ ପୋଡ଼, ଗୁଦୁଡୁଘୁମା ଗ୍ରାମ ର ୱଡମେମ୍ବର ଶ୍ରୀମତୀ ମନ୍ଦାର ମାଝୀ ଚିତ୍ରସେନ ମାଝୀ ଅଭିରାମ ବଗର୍ତ୍ତି ବିମ୍ବା ବଗର୍ତ୍ତି ଉପସ୍ଥିତ ରହି ଏକ ଭାଇଚାରାର ପରିଚୟ ସୃଷ୍ଟି କରିଥିବାବେଲେ ପ୍ରତ୍ୟେକ ମହଲ ରେ ପ୍ରଶଂସା ସଉଟୁଛି ।


Post a Comment

Previous Post Next Post