ନୂଆପଡା ଜିଲ୍ଲା ଖଡ଼ିଆଳ ଓକିଲ ସଂଘ ନିର୍ବାଚନ ; ନୂତନ ସଭାପତି ଭାବେ ଗୋବର୍ଦ୍ଧନ ସୁନା ବିଜୟୀ


ନୂଆପଡ଼ା, (ପରମେଶ୍ୱର ମେହେର) ଖଡ଼ିଆଳ ବାର ହଲ ଠାରେ ସଭାପତି ରୂପେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୋବର୍ଦ୍ଧନ ସୁନା ସଭାପତି ରୂପେ ୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତୀନ୍ଦ୍ଵନ୍ଦୀ ଦିନେଶ ତିୱାରୀ ୧୬ ଖଣ୍ଡ ଭୋଟ ପାଇଥିଲେ । ଓକିଲ ସଂଘର ୪୦ ଜଣ ଭୋଟର ରହିଥିବା ବେଳେ ୩୭ ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିଥିଲେ। ସେଥିରୁ ଗୋଟିଏ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅଶୀତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସଂଘର ଉପସଭାପତି ରୂପେ ନନ୍ଦଲାଲ ପାଣ୍ଡେ, ସମ୍ପାଦକ ରୂପେ କିଶୋର ବାଗ, ଯୁଗ୍ମ ସମ୍ପାଦକ ରୂପେ ଦଶରଥ ଭୋଇ, କୋଶାଧକ୍ଷ ପାଣ୍ଡବ କୁମାର ନିର୍ନ୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି।ସେହିପରି କାର୍ଯ୍ୟକାରୀ ସଦସ୍ୟ ରୂପେ ମହେନ୍ଦ୍ର କୁମାର ଦାଶ, ସତ୍ୟ ପ୍ରିୟ ମୁଣ୍ଡ ଏବଂ ଅଚ୍ୟୁତନନ୍ଦ ନାଗ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।

Post a Comment

Previous Post Next Post