କବି ଅଜିତ କୁମାର ଭୋଇଙ୍କ ଚର୍ଚିତ ପୁସ୍ତକ "ଉଲଗୁଲାନ୍"କୁ ବିରଳ ସ୍ବାଗତ ସମ୍ବର୍ଦ୍ଧନା


ଭବାନୀପାଟଣା:୨୬/୩ (ଶ୍ୟାମସୁନ୍ଦର ମାଝୀ) ସାହିତ୍ୟର ସମୃଦ୍ଧି ଓ ବିକାଶ ପାଇଁ ସାହିତ୍ୟକୁ ଉତ୍ସାହ ଓ ପ୍ରୋତ୍ସାହନ କରିବା ଏକାନ୍ତ କାମ୍ୟ । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କବି ଅଜିତ କୁମାର ଭୋଇଙ୍କ ଲିଖିତ ପୁସ୍ତକ "ଉଲଗୁଲାନ" ପାଇଁ । ଗତ ୨୧ ମାର୍ଚ୍ଚରେ କଟକର ଶତାବ୍ଦୀ ଭବନ୍ ଠାରେ ଉନ୍ମୋଚିତ ପୁସ୍ତକରେ ମୁଖ୍ୟତ ଆଦିବାସୀ ଜନଜୀବନର ସଂଘର୍ଷ ଓ ନିଷ୍ପେସିତ ମାନଙ୍କ ଦୁଃଖକୁ ନେଇ ରଚିତ କବିତା ସଂକଳନ ଖୁବ ଲୋକପ୍ରୀୟତା ହାସଲ କରୁଛି । ଉଲଗୁଲାନ୍ ପୁସ୍ତକ ପାଲଟିଯାଉଛି କଳାହାଣ୍ଡି ସାହିତ୍ୟରେ ଆଉ ଏକ ପରିଚୟ । "ଉଲଗୁଲାନ" ସତରେ ଏମାଟିର ଏକ ଉଦ୍-ଘୋଷଣା ଏକ ଆହ୍ବାନ ପାଲଟି ଯାଇଛି । ଗତ ୨୫ ତାରିଖରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନବକିଶୋର ସାହୁଙ୍କ ଅବସରକାଳୀନ ସଭା ମହାଲିଙ୍ଗ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉଲଗୁଲାନ୍ ପୁସ୍ତକକୁ ଭବ୍ୟ ସ୍ବାଗତ କରାଯାଇ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମାନ ନବକିଶୋର ସାହୁ, ବି.ଆର.ସି.ସି ଲବଣୀ ନାଏକ, ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ସ୍ବରାଜ ବାଗ, ଜୁନିଅର ଶିକ୍ଷକ ସଂଘର ସଭାପତି ଜନ୍ମେଜୟ ବିଶି, ମହାଲିଙ୍ଗ କ୍ଲଷ୍ଟର ସି.ଆର.ସି.ସି ଭୀଷ୍ମ ସାହୁ, କେଗାଁ ସି.ଆର.ସି.ସି ରଙ୍ଗାଧର ଛତ୍ରୀଆ, ପୂର୍ବତନ ସି.ଆର.ସି.ସି ସୁଦର୍ଶନ ପଟେଲ, ବରିଷ୍ଠ ଶିକ୍ଷକ ରମେଶ ସାହୁଙ୍କ ହସ୍ତରେ ତଥା ଗୋଲାମୁଣ୍ଡା ଶିକ୍ଷକ ସମାଜ ଦ୍ୱାରା ଉନ୍ମୋଚନ କରାଯାଇଛି । ଯାହା ସାହିତ୍ୟସୃଜନୀ ଜଗତକୁ ଏକ ସୁନ୍ଦର୍ ସନ୍ଦେଶ ଦେଉଛି । ଗୋଟେ ପୁସ୍ତକକୁ ନିଜ କର୍ମ ସଂସ୍ଥାନ ଦ୍ବାରା ଏପରି ଉତ୍ସାହ ଓ ସ୍ବାଗତ କରିବା ବିରଳ ଯାହା ସାହିତ୍ୟ ରଚନା ଦିଗରେ ଖୁବ୍ ସକାରାତ୍ମକ ଅଟେ । ଗୋଟେ ପଟେ ମହାଲିଙ୍ଗ ଗାଁ ଓ କଳାହାଣ୍ଡି ମାଟିକୁ ଅତୀତରେ ଅନେକ କାରଣରୁ ବାଦ ଅପବାଦ ଆସିଥିବା ବେଳେ କବି ଅଜିତ କୁମାର ଭୋଇ ଓ ତାଂକ ପୁସ୍ତକ "ଉଲଗୁଲାନ" ମହାଲିଙ୍ଗ ମାଟିର ଗୌରବ ଗାଥା ଗାଉଛି । ଏଣୁ ସାହିତ୍ୟ ରଚନା କ୍ଷେତ୍ରରେ"ଉଲଗୁଲାନ"ର ଆହ୍ୱାନ ମହାଲିଙ୍ଗ ଓ କଳାହାଣ୍ଡିର ଏକ ସ୍ଵତନ୍ତ୍ର ପରିଚୟ ପାଲଟୁଛି । ଅନେକ ମହଲରେ ଏପରି ସାହିତ୍ୟକୁ ନିଜ କର୍ମ ସଂସ୍ଥାନ ଦ୍ଵାରା ଶିକ୍ଷକ ସମାଜ ଦ୍ୱାରା ପ୍ରୋତ୍ସାହନ ଦେବାର ପ୍ରୟାସକୁ ଖୁବ୍ ପ୍ରଶଂସା କରୁଛନ୍ତି ।

Post a Comment

Previous Post Next Post