୧୦ ଦଫା ଦାବି ନେଇ ବସ୍ତା ବ୍ଲକ ଡ୍ରାଇଭର ସଂଘର ଆନ୍ଦୋଳନ।


ବାଲେଶ୍ୱର (ପ୍ରଭାକର ମଲ୍ଲିକ) ରାଜ୍ୟ ଡ୍ରାଇଭର ସଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଡାକରାରେ ବାଲେଶ୍ଵର ଜିଲ୍ଲା ଜିଲ୍ଲା ସଭାପତି ରାମକୃଷ୍ଣ ଦାସ ନେତୃତ୍ବରେ ଆଜି ୬୦ ନମ୍ୱର ଜାତୀୟ ରାଜପଥ କୁଡିଆ ପୋଲ ଠାରେ ଦଶ ଦଫା ଦାବି ନେଇ ଆଜି ବସ୍ତା ବ୍ଲକର ୩୦ ଟି ପଞ୍ଚାୟତର ଥିବା ବସ୍ତା ଡ୍ରାଇଭର ସଙ୍ଘର କର୍ମକର୍ତ୍ତା ମାନେ ଆନ୍ଦୋଳନ କରାଯାଇଛି।ଆଜି ଠାରୁ ରାଜ୍ୟବ୍ୟାପୀ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ,ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା ପ୍ରକାଶ କହିଛନ୍ତି। ଦଶ ଦଫା ତଥା ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟରେ ୨୦ ଲକ୍ଷ ଟଙ୍କାର ବୀମାରାଶି, ରାଜରାସ୍ତାର ପ୍ରତ୍ୟକ ୧୦୦ କିଲୋମିଟରରେ ବିଶ୍ରାମ ଗୃହ, ଡ୍ରାଇଭର ସୁରକ୍ଷା, ନେଇ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ତେବେ ବସ୍ତା ଡ୍ରାଇଭର ମହାସଂଘ ପକ୍ଷରୁ ୬୦ ନଂ ଜାତୀୟ ରାଜପଥ ଗାନ୍ଧୀଛକ କୁଡିଆ ପୋଲ ଠାରେ ଆନ୍ଦୋଳନ କରାଯାଇଥିଲା। ଜରୁରୀ କାଳୀନ ଯାନକୁ ଛାଡି ଦେବା ସହିତ ପରିବହନ କରୁଥିବା ଗାଡ଼ିକୁ ଅଟକାଇ ଡ୍ରାଇଭର ମାନଙ୍କ ହକ ପାଇଁ ଏହି ଆନ୍ଦୋଳନ କରାଯାଉଛି। ଏଥିରେ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଜଣାଇ ଛାଡି ଦେଉଥିବା କହିଛନ୍ତି ସଂଘର କର୍ମକର୍ତ୍ତା।ଜିଲ୍ଲା ଉପସଭାପତି ଚନ୍ଦନ ଭଟାଚା ଯ୍ୟ ,ସର୍ବେଶ୍ଵର ଦାଶ, ବସନ୍ତ ବେହେରା, ଅରୁଣ କୁମାର ଜେନା, ପରେଶ କୁମାର ଦାସ, ଦୟାନିଧି ସେନ,ରାଜେନ୍ଦ୍ର ସାହୁ,ଚନ୍ଦନ ଦାସ,ଜୟ ନାରାୟଣ ଶୂର,ରତ୍ନାକର ଜେନା,କୃଷ୍ଣ ମୋହନ ପାତ୍ର,ସୁକାନ୍ତ ବେହେରା,ସିପୁନ ବେହେରା,ମୁରଲୀ ଧର ଚଣ୍ଡ ସମେତ ବହୁ ସଙ୍ଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post