ମାତୃଭାଷା ଦିବସରେ ଭାଷା ପ୍ରୋତ୍ସାହନ ସଂସ୍ଥା ଦ୍ବାରା ଛବିଳ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ


ସୋନପୁର (ସର୍ଜନ କୁମାର ପାଣ୍ଡେ)ଆଜି ମାତୃଭାଷା ଦିବସ ଅବସରରେ ଭାଷା ପ୍ରୋତ୍ସାହନ ସଂସ୍ଥା,ସୁବର୍ଣ୍ଣପୁର ଆନୁକୂଲ୍ୟରେ ଇ-ମୋଡେଲ ପବ୍ଲିକ ସ୍କୁଲ ସୋନପୁର ପରିସରରେ ସ୍ଥାନୀୟ ଶାନ୍ତିନଗର ବସ୍ତି ଅଞ୍ଚଳର ଛୋଟଛୋଟ ଶିଶୁ ମାନଙ୍କୁ ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ନିମନ୍ତେ ଛବିଳ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ ର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମିତି ର ସଭାପତି ଶ୍ରୀଯୁକ୍ତ କ୍ଷିର ସାଗର ବିଭାର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ମାତୃଭାଷା ର ଗୁରୁତ୍ୱ ସମ୍ପର୍କରେ ଅବଗତ କରିଥିଲେ । ଉପସ୍ଥିତ ସଭାରେ ଶିକ୍ଷକ କରୁଣାକର ଖୁରା, ଦିନେଶ ପାଣ୍ଡଵ,ଶିବାନୀ ଡାକୁଆ, ତପସ୍ୱିନୀ ମେହେର,ସୁରେଶ କୁମାର ପ୍ରଧାନ, ପ୍ରିୟଙ୍କା ବିଭାର,ପ୍ଲାବିନି ନାଇକ,ସହ ଅନୁଷ୍ଠାନ ର ଅନେକ ସଭ୍ୟ,ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିବାବେଳେ ଶିକ୍ଷକ ରୋହିତ କୁଆଁର ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post