ଫୁଲଝର ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମନମାନି

ଛାତ୍ର /ଛାତ୍ରୀ ବସିଛନ୍ତି ଧାରଣାରେ, ଉପସ୍ଥାନ ପଡୁଛି ବିଦ୍ୟାଳୟରେ


ଖପ୍ରାଖୋଲ ୧୫/୦୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲଝର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ପ୍ରଧାନ ଶିକ୍ଷକଙ୍କ ମନମାନି । ଛାତ୍ର /ଛାତ୍ରୀ ମାନେ ବିଦ୍ୟାଳୟକୁ ଆସି ନ ଥିବା ସମୟରେ ଉପସ୍ଥାନରେ ପଡୁଛି ତାଙ୍କର ଉପସ୍ଥାନ । ସୂଚନାନୁଯାୟୀ ଫୁଲଝର ଗ୍ରାମବାସି ମାନଙ୍କ ଦ୍ୱାରା ଫୁଲଝର ଛକ ଠାରେ ରାଜ ରାସ୍ତାରେ ରାସ୍ତା ଅବରୋଧ କରିଥିବା ସମୟରେ ଫୁଲଝର ବିଦ୍ୟାଳୟର କିଛି ଛାତ୍ର /ଛାତ୍ରୀ ମାନଙ୍କୁ ନାରାବାଜି କରୁଥିବା ଦେଖିବାକୁ ମିଲିଥିଲା । ଏନେଇ ପ୍ରଧାନ ଶିକ୍ଷକକୁ ଯୋଗାଯୋଗ କରାଯିବାରୁ ସେ ଯେଉଁ ଛାତ୍ର /ଛାତ୍ରି ମାନେ ଧାରଣାରେ ବସିଥିଲେ, ସେମାନଙ୍କୁ ଉପସ୍ଥିତ ବୋଲି ପ୍ରଧାନ ଶିକ୍ଷକ ନାରାୟଣ କିଷାନ ପ୍ରକାଶ କରିଥିଲେ । ଏନେଇ ଛାତ୍ର ଉପସ୍ଥାନ ଦେଖିବାରୁ ଅନୁପସ୍ଥିତି ଥିବା ଛାତ୍ର ମାନଙ୍କୁ ଉପସ୍ଥିତ ଥିବା ଦର୍ଶା ଯାଇଛି ।


ଏହାପରେ ନିଜେ ପ୍ରଧାନ ଶିକ୍ଷକ ଭୁଲ ବଶତଃ ହୋଇଯାଇଛି ବୋଲି ନିଜ ଦୋଷ ସ୍ୱୀକାର କରିଥିଲେ । ଯଦି ଉପାନ୍ତ ଅଂଚଳ ମାନଙ୍କରେ ଅନୁପସ୍ଥିତ ଥିବା ଛାତ୍ର /ଛାତ୍ରୀ ମାନଙ୍କୁ ଉପସ୍ଥିତ ଦର୍ଶାଇ ସରକାରଙ୍କ ଯୋଗାଉ ଥିବା ଏମଡିଏମ କୁ ହରଣ ଚାଳ କରୁଥିବା ସହିତ ଅନ୍ୟାନ୍ୟ ସରକାରଙ୍କ ଯୋଜନା ଗୁଡିକୁ କଣ ନ କରୁଥିବେ ତାହା ଏଠାରୁ ସ୍ପଷ୍ଟ ଭାବରେ ଜଣା ପଡୁଛି,ଯେ ପ୍ରଧାନ ଶିକ୍ଷକ କାହାରିକୁ ଖାତିର ନ କରି ଏକ ଛତ୍ରବାଦ ନୀତିରେ ବିଦ୍ୟାଳୟକୁ ପରିଚାଳନା କରୁଥିବା ଦେଖିବାକୁ ମିଳିଛି । ଏ ବିଷୟରେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ, ଏ ବିଷୟରେ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ । ଦେଖିବାକୁ ବାକି ରହିଲା ଏହା ପ୍ରତି ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛନ୍ତି ।

Post a Comment

Previous Post Next Post