ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣା କୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା


ହରଭଙ୍ଗା :୧୫/୦୨ (ସୁଶାନ୍ତ କୁମାର ବେହେରା) ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟ ର ଗରିବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ପଂଚାୟତ ଅଫିସ ସାମ୍ନାରେ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି! କେନ୍ଦ୍ର ସରକାର ଙ୍କ ଏହି ନିଷ୍ପତି ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ୨୨ ଗୋଟି ପଂଚାୟତ ରେ ସ୍ଥାନୀୟ ବିଜେଡି କର୍ମୀ ମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ!ବ୍ଲକ ର, ରାମଗଡ଼ ପଂଚାୟତ ର ଏହି ଗଣ ଧାରଣାରେ ବିଜେଡି କର୍ମୀ ଅଜିତ କ୍ଷେତ୍ତି, ପ୍ରମୋଦ ବିଶି, ମାନଭଞ୍ଜନ ମହାପାତ୍ର, ଚିନ୍ତାମଣି କର୍ଣ୍ଣ, ଏକାଦଶୀ କର୍ଣ୍ଣ, ଶୁଭେନ୍ଦୁ ଯୋଶୀ,ସରପଞ୍ଚ -ପ୍ରଭାସିନୀ ଯୋଶୀ, ପୂର୍ବତନ ସରପଞ୍ଚ -ନରେଶ ସେଠି, ଗୋପବନ୍ଧୁ ମହାପାତ୍ର, ସଂଜୀବ ପ୍ରଧାନ ଆଦି ସାମିଲ ରହିଥିଲେ!ସେହିପରି ତିଲେଶ୍ୱର, ଧଳପୁର, ପୁରୁଣା କଟକ, ହରଭଙ୍ଗା, ମହାଳିକ ପଡା, କୁସଙ୍ଗ, ତଳ ଗାଁ, ବିରନାରସିଂହପୁର ଆଦି ପଂଚାୟତ ଗୁଡିକରେ ଏହି ପ୍ରତିବାଦ ଗଣଧାରଣା ଦେଖିବାକୁ ମିଳିଥିଲା

Post a Comment

Previous Post Next Post