ବାଲେଶ୍ଵର ଜିଲ୍ଲା କଂଗ୍ରେସ ର ହାତ୍ ସେ ହାତ୍ ଯୋଡ ଯାତ୍ରା ଗାନ୍ଧୀ ଛକ ରେ ଉଦଘାଟିତ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଭାପତି ମଲିକାର୍ଜୁନ ଖଡଗେ ଙ୍କ ନିର୍ଦେଶ ଅନୁଯାୟୀ ସମଗ୍ର ଦେଶରେ ହାତ୍ ସେ ହାତ୍ ଯୋଡ ଯାତ୍ରା ଶୁଭାରମ୍ଭ ହୋଇଥିବା ବେଳେ ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ର ହାତ୍ ସେ ହାତ୍ ଯୋଡ ଯାତ୍ରା ବସ୍ତା ବ୍ଲକ ଅନ୍ତର୍ଗତ ଗାନ୍ଧୀ ଛକ ଠାରେ ଉଦଘାଟିତ ହୋଇଯାଇଛି। ବସ୍ତା ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ଙ୍କ ସଭାପତିତ୍ବ ରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଙ୍କ ପରିଚାଳନା ରେ ଆୟୋଜିତ ସଭାରେ ବାଲେଶ୍ଵର ସଂସଦୀୟ ନେତା ନବଜ୍ୟୋତି ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଯୋଗଦାନ କରି ଗାନ୍ଧୀ ଛକ ରେ ଥିବା ଜାତିର ଜନକ ଗାନ୍ଧୀ ଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ଓ ରାହୁଲ ଗାନ୍ଧୀ ଏକ ମାତ୍ର ନେତା ଯିଏକି ପ୍ରଥମ ଥର ଏତେ ଦୀର୍ଘ ପଥ ପଦଯାତ୍ରା କରୁଛନ୍ତି ସାଧାରଣ ଲୋକ ଙ୍କ ପାଇଁ।ଯିଏ ଆବାଳ ବୃଦ୍ଧ ବନିତା ଙ୍କ ସହିତ ଆବେଗର ପ୍ରଦାନ କରୁଛନ୍ତି। ସାଧାରଣ ଲୋକ ଯେତେବେଳେ ସମସ୍ୟା ର ଗତିକରେ ସେତେବେଳେ କଂଗ୍ରେସ ଦଳ କେବେ ଶାନ୍ତି ରେ ରହିପାରେନି ଆଜି ଦେଶ ବିଭିନ୍ନ ସମସ୍ୟା ରେ ଗତି କରୁଛି। ଆଗାମୀ ପିଢ଼ି ଙ୍କ ଭବିଷ୍ୟତ ଅନ୍ଧାର ବୋଲି ସେମାନେ କହିଥିଲେ। ସେହିପରି ପିସିସି ମୁଖପାତ୍ର ସୁଦର୍ଶନ ଦାସ ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ ମଧ୍ୟ ଏ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଜନମାରଣ ନିତି ବିରୋଧରେ ଜନ ଆନ୍ଦୋଳନ ଚାଲିବ ବୋଲି କହିଥିଲେ କଂଗ୍ରେସ ଏ ଦେଶ କୁ ସ୍ବାଧୀନତା ଦେଇଛି ତେଣୁ କଂଗ୍ରେସ ଜାଣିଛି ସାଧାରଣ ଲୋକଙ୍କ ହକ୍ କେମିତି ଆଦାୟ କରାଯାଏ ବୋଲି କହିଥିଲେ। ବସ ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ନେତୃତ୍ୱ ମାନଙ୍କୁ ନିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ କୁମାର ମହାନ୍ତି ଡଃ ନଗେନ୍ଦ୍ର କୁମାର ସିଂ ଜଳେଶ୍ଵର ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ା ପୁର୍ବତନ ସମିତି ସଭ୍ୟ କମଳ ଲୋଚନ ଜେନା ରବିନ୍ଦ୍ର ଦାସ ଜୟନ୍ତ କୁମାର ମହାପାତ୍ର ସଂଜୀବ ମହାନ୍ତି ସରପଞ୍ଚ କରୁଣାକର ମଲିକ ଅମିତ୍ ବିଶ୍ବାଳ ପୁର୍ବତନ ସରପଞ୍ଚ ଅନୀଲ କୁମାର ମହାପାତ୍ର ଦେବେନ୍ଦ୍ର କୁମାର ନାୟକ ପୁର୍ଣ ଚନ୍ଦ୍ର ଦାସ ଯୁବ ନେତା ଜଗଦୀଶ ସାହୁ ଜିଲ୍ଲା ମହିଳା କଂଗ୍ରେସ ଉପସଭାପତି ଅଞ୍ଜଳି ପ୍ରଧାନ ଜିଲ୍ଲା କଂଗ୍ରେସ ସମ୍ପାଦିକା ସୁକାନ୍ତି ଭକ୍ତା ସୃଷ୍ଟି ଧର ମହାଳିକ ପ୍ରମୁଖ ମଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବସ୍ତା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ ଉପସଭାପତି ଗୋପାଳ ଚନ୍ଦ୍ର ଜେନା ଅରୁଣ ମଣ୍ଡଳ ଜଗନ୍ନାଥ ଜେନା ନରେନ୍ଦ୍ର ଦାସ ପ୍ରଦୀପ ଦେ ଚକ୍ରଧର ମହାନ୍ତି ମଦନ ଭକ୍ତା କାର୍ତ୍ତିକ ସାହୁ ବାବୁଲ ମିଆଁ ସେକ କବୀର ସେକ ନଜିମୁଦିନ ଯୁବ ନେତା ପଙ୍କଜ ବେହେରା ଜଳେଶ୍ଵର ଯୁବ କଂଗ୍ରେସ ସଭାପତି ଗୈାରୀ ଶଙ୍କର ଜେନା ଭୁବନ ରଣା ଶମ୍ବୁନାଥ ଜେନା ବାପି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ପୁର୍ବତନ ସରପଞ୍ଚ ପ୍ରଭାଶ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post