ହରଭଙ୍ଗା ଲୋକ ମହାତ୍ସବ... ସମ୍ବଲପୁରି ନୃତ୍ୟ ରେ ଝୁମିଲେ ଦର୍ଶକ


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା)ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଉଦଘାଟିତ ହୋଇଯାଇଛି |ଆଜି ଦିନ ୧୨ସମୟର ହରଭଙ୍ଗା ଅଂଚଳରେ ମା ଅଧିଷ୍ଠାଦେବି:ମା ରୁଦ୍ରକାଳୀ ମନ୍ଦିରରେ ପୂଜାଅର୍ଚନା କରାଯାଇ ଏକ ବିରାଟ ସଭାଯାତ୍ରା ବାହାରି ମାଙ୍କର ଆଜ୍ଞl ମାଳଙ୍କୁନେଇ ମହୋତ୍ସବ ପଡିଆରେ ମା ରୁଦ୍ରକାଳୀ ଙ୍କ ପ୍ରତିମା ଓ ଦିବ୍ୟ ଜ୍ୟୋତି ସ୍ଥାପନା କରାଯାଇଥିଲା |ଏହି ସୋଭାଯାତ୍ରାରେ ଅଂଚଳର ୩ଗୋଟି ଦଣ୍ଡଦଳ ସମେତ ୫୦ରୁ ଉର୍ଦ୍ଧ କୃଷ୍ଣଗୁରୁ,ନାମ, ସଂକ୍ରିତନ ଦଳ ସହ, ସହ ସହ ଜଣସାଧାରଣ ଯୋଗଦେଥିଲେ |ମହୋତ୍ସବ ଉଦଘାଟନି ଦିବସରେ ଓଡିଶାସରକାର ଙ୍କ ପଂଚାୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ,ମୁଖ୍ୟଅତିଥିଭାବେ ଯୋଗଦେଥିବା ବେଳେ ସମ୍ମାନିତ ଅତିଥି ଆଠମଲ୍ଲିକ ବିଧାୟକ ରମେଶ ସାଏ ମହୋତ୍ସବ କମିଟି ର ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରଜ ଭୋକ୍ତା ଓ ପରିଚାଳନା କମିଟି ଉପସ୍ଥିତଥିଲେ! ସର୍ବ ପ୍ରଥମ ହରଭଙ୍ଗା ଠାରେ ଆୟୋଜିତ ହୋଇଥିବା ହରଭଙ୍ଗା ମହୋତ୍ସବ ପାଇଁ ଅଂଚଳ ବାସି ଆୟୋଜକ କମିଟିକୁ ସାଧୁବାଦ ଜଣାଇଛନ୍ତି!ବୌଦ୍ଧ ଜିଲ୍ଲା ହରଭଙ୍ଗା ଗଡଜାତ ସମୟରେ ଏକ ବାଣିଜ୍ୟ କେନ୍ଦ୍ର ଥିଲା, ମହାନଦୀରେ ଡ଼ଙ୍ଗା ସାହାଯ୍ୟରେ ବାଣିଜ୍ୟ କlରବାର କରାଯାଉ ଥିଲା ଏହି ସମୟରେ ଏହି ଅଂଚଳ କୁ ରାଜା ମହାରାଜା ମାନେ ପ୍ରାଧାନ୍ୟ ଦେଉଥିଲେ!ଏହି ସ୍ଥାନର କଳା, ସଂସ୍କୃତି ଓ ପରମ୍ପରା କୁ ପୁନର୍ଜୀବିତ କରିବା ପାଇଁ ଅଂଚଳ ବାସି ଚଳିତ ବର୍ଷ ପ୍ରଥମ ହରଭଙ୍ଗା ମହୋତ୍ସବ ଆୟୋଜନ କରିଛନ୍ତି |ମହୋତ୍ସବ ରେ ବିଭିନ୍ନ ସୁସ୍ଵlଦୁ ଖାଦ୍ୟ ଷ୍ଟଲ, ମିନlବଜାର, ସହିତ ସନ୍ଧ୍ୟା ରେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ନାଚ ଗୀତ, ଆଞ୍ଚଳିକ ପଂଚାୟତ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସଂଗୀତ ଗାନ,ରାଉରକେଲା, ବରଗଡ଼, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଉଚ୍ଚ ସ୍ତରୀୟ କଳାକାର ଙ୍କୁ ନେଇ ସମ୍ବଲପୁରୀ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post a Comment

Previous Post Next Post