ସୋନପୁର (ସର୍ଜନ କୁମାର ପାଣ୍ଡେ) ମହାନଦୀ ଯୁବ ସଙ୍ଗଠନ ପରିବେଶ ସୁରକ୍ଷା ଅଭିଯାନ କୁ ସୁଦୂର ପ୍ରସାରୀ କରିବା ସଙ୍ଗେ ସଙ୍ଗେ ଧୀରେ ଧୀରେ ଜନ ସଚେତନତା ବୃଦ୍ଧି କରିବା ପରିପ୍ରେକ୍ଷୀରେ ଆଜି ବିନିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷର୍ଥୀ ଓ ଶିକ୍ଷକ ମାନଙ୍କୁ ନେଇ ଅପରାହ୍ନରେ ଏକ ପରିବେଶ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ସଙ୍ଗଠନ ତରଫରୁ ଅନୁଷ୍ଠିତ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳାଞ୍ଚଳ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ବାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଉମାକାନ୍ତ ସିଂ ଯୋଗଦାନ ସହ ପରିବେଶ ସମ୍ପର୍କିତ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାର ରୂପାୟନ ଉପରେ ଆଲୋକପାତ କରିଥିବାବେଳେ ମହାନଦୀ ସଙ୍ଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କ୍ଷିର ସାଗର ବିଭାର ଶିକ୍ଷର୍ଥୀ ମାନଙ୍କୁ ପରିବେଶ ପ୍ରଦୂଷଣ ମାଧ୍ୟମରେ ବିଶ୍ୱ ତାପନ,ଜଳ ଓ ଜଙ୍ଗଳ ପ୍ରଦୂଷଣ ସହ ମଞ୍ଜି ସଂଗ୍ରହ ଏବଂ ବଣ୍ଟନ ସହ ଚାରା ରୋପଣ ଉପରେ ଗୁରୁତ୍ୱାରୋପ କରି ପଲିଥିନ ବ୍ୟବହାର ର କୁ ପ୍ରଭାବ ଓ ପରିବେଶ ପ୍ରଦୂଷଣ ରେ ଏହାର ଭୂମିକା,ନିମ୍ନ ମୁହାଁ ଜଳସ୍ତର ଯୋଗୁଁ ପରିବେଶ ସନ୍ତୁଳନ ରେ ପୋଲିଥିନ ବର୍ଜନ ଓ ଖାଲି ପାଣି ବୋତଲ ରେ ପଲିଥିନ ବ୍ରିକ୍ସ ତିଆରି ଉପରେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଜୟ ବରାଇ କାଉନସେଲର ବିନିକା,ଶ୍ରୀଯୁକ୍ତ ପ୍ରକାଶ ଅଗ୍ରୱାଲ ସଂଗଠନ ସଭାପତି, ସୀତାରାମ ଦାସ, ଶିକ୍ଷୟିତ୍ରୀ ଆକାଂଶା ସୁବୁଦ୍ଧି, ସୁନିତା ବିଶି, ସସ୍ମିତା ବିଶି, ଅଶୋକ ମିର୍ଦ୍ଧା ଶିକ୍ଷକ ସହ ବହୁ ଛାତ୍ର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବାବେଳେ ଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment