ହରଭଙ୍ଗା ଲୋକ ମହାତ୍ସବ ର ଦ୍ୱିତୀୟ ସନ୍ଧ୍ୟା


ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି!ହରଭଙ୍ଗା ଅଂଚଳରେ  ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ୯ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ତଥା ବୌଦ୍ଧ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଉପସ୍ଥିତ ଥିବାବେଳେ ସମ୍ମାନିତ ଅଥିତି ଭାବେ କୁସଙ୍ଗ ସରପଞ୍ଚ ଜିତେନ୍ଦ୍ର ବେହେରା,ସଂକୁଲୋଇ ସରପଞ୍ଚ ସୁଚିତ୍ରା ଛନ୍ଦ,ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ମହୋତ୍ସବ କମିଟି ର ସଭାପତି ସୁବୋଧ ପ୍ରଧାନ, ହରଭଙ୍ଗା ପଂଚାୟତ କଲେଜ ର ଅଧ୍ୟକ୍ଷ ପ୍ରିୟନାଥ ଶର୍ମା, ଇଂ ଆସୋତାଶ ମହାପାତ୍ର ଉପସ୍ଥିତ ରହିଥିବା ବେଳେ ସିନେ ନିର୍ଦେଶକ ବନମାଳୀ ରଣା ମଞ୍ଚ ପରିଚାଳନାକରିଥିଲେ।

ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ଢୋଲ ମହୁରୀ -ବଲାଙ୍ଗୀର, ବଉଳି କଣ୍ଟାମାଳ ଓ ଦଣ୍ଡ ନାଚ ହରଭଙ୍ଗା ଙ୍କ ଦ୍ୱାରା ନାଚ ଗୀତ ସହିତ ସୁନାମ ଧନ୍ୟା କଣ୍ଠଶିଳ୍ପୀ ନୀଳିମା ମହାନ୍ତି ଙ୍କ ଦ୍ୱାରା ସଂଗୀତ ପରିବେଷଣ ଜନସାଧାରଣ ଙ୍କୁ ମୋହିତ କରିଥିଲା!ମହୋତ୍ସବ ରେ ବିଭିନ୍ନ ସୁସ୍ଵlଦୁ ଖାଦ୍ୟ ଷ୍ଟଲ, ମିନାବଜାର, ରେ ଲୋକଙ୍କ ଭିଡ଼ ଜମିଥିଲା। ଦ୍ୱିତୀୟ ସନ୍ଧ୍ୟା ରେ ହରଭଙ୍ଗା ଡ୍ରାଇଭର ମହାସଂଘ ଓ ମହୋତ୍ସବ କମିଟିର ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।


Post a Comment

Previous Post Next Post