କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) କମେଇମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩ତମ ଭୋଟର ଦିବସ ଅବସରରେ ଭୋଟଦାନ ଆମ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ତାଣ୍ଡୀ, ବିଶେଶ୍ୱର ମୁଦୁଲି, ଅଲେଖ ବନଗୋଲା, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ସାଧନକର୍ମୀ ବିଜୁଦାସ ମହାନନ୍ଦ, ନରେଶ ତାଣ୍ଡୀ, ସୁରଜ ଛତ୍ରିଆ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ଭୋଟର ଦିବସର ମହତ୍ତ୍ଵ କହିଥିଲେ।ତାପରେ ଭୋଟ ଦେବା ଅଧିକାର ହେଉଛି ଅଠର ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ନାଗରିକଙ୍କ ଅଧିକାର ତେଣୁ ସମସ୍ତେ ଭୋଟ ଦେଇ ଜନପ୍ରତିନିଧି ଚୟନ କରିଲେ ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଥିଲେ।ପରବର୍ତ୍ତି ସମୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଭୋଟ ପ୍ରକ୍ରିୟା କରାଯିବ ଏବଂ ସେଥିରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିର୍ବାଚନ ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବେ ବୋଲି ଶ୍ରୀ ଦାଶ କହିଥିଲେ।
https://www.facebook.com/aajtakodisha12?mibextid=ZbWKwL
Post a Comment