ଖବର ଆଜିର : ତାରିଖ ୨୭/୦୧/୨୦୨୩ ଶୁକ୍ରବାର


  1.  ୭୪ତମ ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ ।
  2. ବିଶ୍ୱ ଦେଖିଲା ଭାରତର ସ୍ୱଦେଶୀ ଯୁଦ୍ଧାସ୍ତ୍ରର ଦମ । ଭାରତର ୭୪ତମ ସାଧାରଣତନ୍ତ୍ର ଦିବସରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଶସ୍ତ୍ର ବଳ ଶକ୍ତି ପ୍ରଦର୍ଶନ କରିଛନ୍ତି ।
  3. ଭାରତର ଆମନ୍ତ୍ରଣ ନେଇ ହିନା ରବାନୀ ଖାରଙ୍କ ବୟାନ। କହିଲେ, କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ।
  4. ଖୁବ୍‌ଶୀଘ୍ର ୪ ଭାଗ ହେବ ପାକିସ୍ତାନ, ୩ ଭାରତ ସହ ମିଶିଯିବେ: ରାମଦେବଙ୍କ ଭବିଷ୍ୟବାଣୀ   ।
  5. ପୁରୁଷ ହକି ବିଶ୍ଵ କପ୍: କ୍ଲାସିଫିକେସନ ମ୍ୟାଚ୍‌ରେ ଭାରତର ବିପୁଳ ବିଜୟ, ଜାପାନକୁ ୮-୦ରେ ଦେଲା ମାତ୍ ।
  6. ପଦ୍ମ ବିଭୂଷଣ ନୁହେଁ ମୁଲାୟମଙ୍କୁ ଭାରତ ରତ୍ନ ମିଳୁ: ବୋହୂ ଡିମ୍ପଲ୍ ଯାଦବ ।
  7. ବେଙ୍ଗଲରେ ସରସ୍ୱତୀ ପୂଜା ଥିମ୍ ‘ଶିକ୍ଷକ ନିଯୁକ୍ତି ଦୁର୍ନୀତି’, ପେଣ୍ଡାଲରେ ଟଙ୍କା ବିଡାସହ ସ୍ଥାନିତ ହୋଇଛି ପାର୍ଥ ଓ ଅର୍ପିତାଙ୍କ ମୂର୍ତ୍ତି ।
  8. ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଫେସବୁକ ଓ ଇନଷ୍ଟାଗ୍ରାମରେ ହେବାକୁ ଯାଉଛି ଟ୍ରମ୍ପଙ୍କ କମବ୍ୟାକ। ।
  9. କେରଳ ସରକାରଙ୍କ ନୂଆ କଟକଣା, ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ। 
  10. ଗୋଟିଏ ନେଗେଟିଭ୍ ରିପୋର୍ଟ ଆଉ ବୁଡି ଗଲା ଆଦାନୀଙ୍କ ୪୮,୦୦୦ କୋଟି ଟଙ୍କା, ସେୟାରଠାରୁ ବଣ୍ଡ ସବୁ ଧରାଶାୟୀ। 
  11. କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।
  12. ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ଅନୁଷ୍ଠିତ, ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ପୂଜା ହେଲା ୩ଟି ଧଉରା କାଠ ।
  13. ଉଲ୍ଲେଖନୀୟ ସେବାପାଇଁ ଲୋକସେବା କନଭେନସନ ସେଣ୍ଟରରେ ୩୪ ଜଣଙ୍କୁ ପୁଲିସ ପଦକ ପ୍ରଦାନ ।
  14. ଦକ୍ଷିଣ କୋରିଆ ଏବଂ ଜାପାନ ମଧ୍ୟରେ ସମୁଦ୍ରରେ ବୁଧବାର ଏକ ମାଲବାହୀ ଜାହାଜ ବୁଡ଼ିବା ମାମଲା ସାମନାକୁ ଆସିଥିଲା । ଏହି ଦୁର୍ଘଟଣାରେ ଚାଳକ ଦଳ ସହ ଆଠ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।  
  15. ଛାତିରେ ଯନ୍ତ୍ରଣା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନୁ କପୁର ହସପିଟାଲରେ ଭର୍ତ୍ତି ।
  16. ଉତ୍ତରାଖଣ୍ଡ ଚାମୋଲିରେ ଥିବା ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ।  
  17. ଶ୍ରୀନଗରର ଲାଲଚୌକରେ ଉଡ଼ିଲା ତ୍ରିରଙ୍ଗା, ୧୯୯୦ ପରେ ପ୍ରଥମ ଥର ପାଇଁ ଖୋଲା ରହିଲା ଦୋକାନ ବଜାର ।
  18. ସାଧାରଣତନ୍ତ୍ର ଦିବସରେ ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ  ତିନି ଜଣ ହାଡକୋର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି ।

Post a Comment

Previous Post Next Post