ଖଡ଼ିଆଳ (ଆଜତକ୍ ଓଡ଼ିଶା) :ନୂଆପଡା ଜିଲ୍ଲା ଖଡ଼ିଆଳ ରାଜାଏଟି ହାଇସ୍କୁଲ ପଡିଆଠାରେ ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ରଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରି, ମିଳିତ ପ୍ୟାରେଡ କୁ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ଏହି ଉତ୍ସବରେ ଖଡ଼ିଆଳ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଏସଡିପିଓ ବେହେରା, ବିଇଓ ନକୁଳ ଶବର, ତହସିଲଦାର ମଧୁସ୍ମିତା ପାତ୍ର, ରାମଚନ୍ଦ୍ର ମିଶ୍ର, ହାଇସ୍କୁଲ ଏନସିସି ଅଧିକାରୀ ଅକ୍ଷୟ ରଥ ଯୋଗଦେଇଥିଲେ । ମିଳିତ ପ୍ୟାରେଡ ରେ ଏନସିସି ଓ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

Post a Comment