ମନମୁଣ୍ଡା ସହର ରେ ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ : ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା


ବୌଦ୍ଧ :06/12 (ସୁଶାନ୍ତ କୁମାର ବେହେରା) ଗତ ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ଦିନ ଠାରୁ କେତେବେଳେ ଟଙ୍କା କାରବାର ତ କେତେବେଳେ ଜାତିଗତ ପ୍ରମାଣ ପତ୍ର କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ଏବେ କୋମା ଅବସ୍ଥାକୁ ଯିବାକୁ ବସିଲାଣି ମନମୁଣ୍ଡା ପଂଚାୟତ!ଜନସାଧାରଣ ଙ୍କ ସମସ୍ୟା କୁ ଆଡ ଆଖିରେ ଦେଖୁନାହଁlନ୍ତି ପଞ୍ଚାୟତ ଅଧିକାରୀ ମାନେ।ଅନ୍ୟପଟେ କହିବାକୁ ଗଲେ ବାରମ୍ବାର ପାଣି ସମସ୍ୟା ଲାଗିରହିଥିବା ବେଳେ ଏବେ ପୁଣି ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର।ଏହି ପଞ୍ଚାୟତରେ ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ ଓ ଜଳ ପରିମଳ ବିଭାଗର ସ୍ବଚ୍ଛତା ଉପରେ ଉଠୁଛି ପ୍ରଶ୍ନ।ଯେଉଁ ଆଡେ ଦେଖିବ ସହର ସାରା କୁଢକୁଢ ଅଳିଆ ଆବର୍ଜନା।ମନମୁଣ୍ଡା ଗୋଟିଏ ବାଣିଜ୍ୟ ର ପେଣ୍ଠ ସ୍ଥଳୀ କୁହାଯାଉଥିବା ବେଳେ 8 ରୁ 10 ଟି ପଞ୍ଚାୟତର ଲୋକ ଉକ୍ତ ସହରକୁ ନିତିଦିନ ଯିବା ଆସିବା କରିଥାନ୍ତି।ମନମୁଣ୍ଡା ଦୈନିକ ବଜାର ଠାରୁ ବାଇ ପାସ୍ ରାସ୍ତାକୁ ସଂଯୋଗ ହୋଇଥିବା ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଏବେ ଅଳିଆ ଆବର୍ଜନା ରେ ପରିପୂର୍ଣ ହୋଇଥିବା ବେଳେ ଅନ୍ୟପଟେ ମନମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପଛପଟେ ଥିବା ରାସ୍ତାଟି ସତେ ଯେମିତି ସସ୍ମାନ ଭୂଇଁ ପରୀ ଅଳିଆ ପଡ଼ିରହିଛି ତାହା ପୁଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସେପଟେ ଜୱାନ କ୍ଳବ୍ ସମ୍ମୁଖରେ ଭର୍ତି ହୋଇଛି ଅଳିଆଗଦା।ଏପରି ଦୁର୍ଗନ୍ଧ ବାହାରୁଛି ଉକ୍ତ ସ୍ଥାନ ମାନଙ୍କରୁ ମଣିଷ କଣ ପଶୁ ମଧ୍ୟ ଉକ୍ତ ରାସ୍ତା ମାନଙ୍କରେ ଯିବା ଅସମ୍ଭବ।ମନ ମୁଣ୍ଡା ମାର୍କେଟ କୁ ଗୁଡଦ୍ଭେଳି ପଦର ,ବରଗୋଛା,ବିଲାସପୁର ଏମିତି ଆହୁରି ଅନେକ ଗ୍ରାମର ଚାଷୀ ପନିପରିବା ବିକ୍ରି ପାଇଁ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏବେ ଗୋଟିଏ କିଲୋମିଟର ବୁଲି ଉକ୍ତ ବଜାରକୁ ବଣିଜ ପାଇଁ ଆସୁଥିବା ଦେଖିବାକୁ ମିଳିଛି।ମନମୁଣ୍ଡା ଡାକ୍ତର ଖାନା ରେ ଶୌଚାଳୟ ନଥିବା ଯୋଗୁଁ ରୋଗୀ ଙ୍କ ସାଥିରେ ଆସୁଥିବା ସମ୍ପର୍କୀୟ ମାନେ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ପଛ ରାସ୍ତାଦେଇ ତେଲ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଉକ୍ତ ରାସ୍ତା ଦେଇ ଆଉ ଯାଇ ପାରୁନଥିବା ଯୋଗୁଁ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।ଏସବୁର ସମସ୍ୟା ବାରମ୍ବାର ସରପଞ୍ଚ ପି ଇ ଓ ଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ ମଧ୍ୟ କୌଣଷି ସୁଫଳ ମିଳିନି!ଯଦି ଏହାର ସମାଧାନ ଶୀଘ୍ର ନହୁଏ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିବାକୁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି।ଅନ୍ୟପଟେ ବାରମ୍ବାର ଚୋରି ଡକାୟତ ବୃଦ୍ଧି ପାଉଥିବା ବେଳେ ଦେଉଳି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍ ଗୁଡ଼ିକ ଅକାମୀ ଅବସ୍ଥା ରେ ଏଭଳି ମୈlଳିକ ଅଧିକାରୁ ବଞ୍ଚିତ ହେଉଥିବା ସ୍ଥାନୀୟ ଜନସାଧାରଣ ଙ୍କ ମନରେ ଏବେ ବହୁ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଆଗାମୀ ଦିନରେ ରାଜରାସ୍ତକୁ ଓଲ୍ହାଇ ବାର ସୂଚନା ଦେଇଛନ୍ତି।

Post a Comment

Previous Post Next Post