ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ତହସିଲ ଅଧିନରେ ଥିବା। ବାଲିଆପାଳ ଓ କମର୍ଦା ମୁଖ୍ୟ ରାସ୍ତାର ସୁବର୍ଣ୍ଣରେଖ ନଦୀର ରୁ ଛୋଟ ଖାନପୁର ଅଧିନରେ ମେସିନ୍ ସାହାଯ୍ୟରେ ରାତି ବେଆଇନ ଭାବେ ବାଲି ଉତ୍ତଳନ ହେଉଥିବା ବାଲିଆପାଳ ପୋଲିସ ଖବର ପାଇଁ ବାଲିଆପାଳ ପୋଲିସ ଟିମ ପହଞ୍ଚି ତିନୋଟି ଟ୍ରାକ୍ଟର ଜବଦ କରିଥିଲେ। ବାଲିଆପାଳ ଅସ୍ତି ପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ଛୋଟ ଖାନପୁର ବହୁଦିନରୁ କିଛି ମୁଷ୍ଟିମେୟ ଲୋକ ବେଆଇନ ଭାବେ ବାଲି ଉତ୍ତୋଳନ କରି ଆସୁଥିଲେ ।ତେବେ ଖବର ପାଇଁ ବାଲିଆପାଳ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରି ତିନୋଟି ବାଲି ଟ୍ରାକ୍ଟର ଜବଦ କରିଛନ୍ତି । ବେଆଇନ ବାଲି କାରବାର ଯୋଗୁଁ ରାସ୍ତାଘାଟରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି । ଅନ୍ୟପକ୍ଷରେ କିଛି ବାଲି ମାଫିଆ ହଜାର ହଜାର ଫୁଟ ବାଲି ବିଭିନ୍ନ ସ୍ଥାନରେ ଠୁଳକରି ତାକୁ ଚଢ଼ାଦରରେ ବିକ୍ରି କରୁଛନ୍ତି । ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି ସରକାର।ସୁବର୍ଣ୍ଣରେଖାରୁ ବାଲି ଚୋରି ପାଲଟିଛି କୁଟୀର ଶିଳ୍ପ ।ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରି ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ।ସୁବର୍ଣ୍ଣରେଖା ନଦୀରୁ ମଧ୍ୟ ପ୍ରତ୍ୟେକ ଦିନ ରାତିରେ ମେସିନ ସାହାଯ୍ୟରେ ବାଲି ଚୋରି କରି ମାଫିଆ ଗଚ୍ଛିତ କରି ରଖୁଛନ୍ତି । ସେହି ଚୋରା ବାଲିକୁ ଦିନ ବେଳା ଟ୍ରାକ୍ଟର ଏବଂ ଡମ୍ପର ସାହାଯ୍ୟରେ ବାହାରକୁ ଚାଲାଣ କରି ମାଲାମାଲ ହେଉଛନ୍ତି । କୌଣସି ବାଲି ସୈରାତ ନିଲାମ ହୋଇ ନ ଥିବାରୁ ମାଫିଆ ଚୋରି ପାଇଁ ବଡ଼ ସୁଯୋଗ ପାଇଛନ୍ତି । ନଦୀ ଗର୍ଭ ଖୋଳି ବ୍ୟାପକ ବାଲି ଚୋରି ଯୋଗୁ ସୁବର୍ଣ୍ଣରେଖା ନଦୀ ତଟ କ୍ଷୟ ହୋଇଚାଲିଛି । ଫଳରେ ତଟବର୍ତ୍ତୀ ଗ୍ରାମର ଲୋକ ପ୍ରମାଦ ଗଣୁଛନ୍ତି ।

Post a Comment