ମାଝୀ ପଡ଼ା ପ୍ରାଥମିକ ବିଦ୍ୟାଳୟରେ ତାଲା ଭାଙ୍ଗି ଚୋରି


କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ଗ୍ରାମ ର ମାଝୀ ପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ଅଫିସ ଓ ରନ୍ଧା ଘରର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରେଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ରାତ୍ର ୧୦ ଟା ସମୟରେ ଠକ୍ ଠକ୍ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଦେଖିଲା ବେଳକୁ ଅଫିସ ଓ ରନ୍ଧା ଘରର ତାଲା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ଘଟଣା ସ୍ଥଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଓ ଥାନାରେ ଏକ ମାମଲା ରୁଜୁ କରିବା ପାଇଁ କହିଥିଲେ
। ଖବର ସଂଗ୍ରହ ପର୍ଯ୍ୟନ୍ତ ସ୍କୁଲ୍ ରୁ ଏକ ଗ୍ୟାସ ଚୁଲ୍ହା ଓ ଏକ ପକେଟ୍ ଚାଉଳ ଓ ସ୍ଥାନୀୟ ପଡ଼ା ରୁ ମଧ୍ୟ ଦୁଇଟି ସାଇକେଲ ଚୋରି ହୋଇଥିବା ଖବର ମିଳିଛି।




Post a Comment

Previous Post Next Post