ବୌଦ୍ଧ, : (ସୁଶାନ୍ତ କୁମାର ବେହେରା) ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର ଯୋଗୀବେରେଣୀ ଗ୍ରାମର ଉଦ୍ୟାନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଳାମ୍ବର ପାଣିଗ୍ରାହୀ ଏବଂ ତାଙ୍କର ପତ୍ନୀ ଚନ୍ଦ୍ରାବତୀ ଦିବ୍ୟାଙ୍କ ମୃତ୍ୟୁ ପରେ ତାଙ୍କ ଅବିବାହିତ ଦିବ୍ୟାଙ୍ଗ ଝିଅ ସୁମତି ପାଣିଗ୍ରାହୀ(୬୨) ପରିବାର ପେନଶନ ପାଇ ଆସୁଥିଲେ । କିନ୍ତୁ ସ୍ୱର୍ଗତ ନିଳାମ୍ବରଙ୍କ ପରିବାରର ଅନ୍ୟ ଜଣେ ସଂପର୍କିୟ ସେହି ପେନଶନରେ ନିଜର ଭାଗିଦାରୀ ଦାବି କରିବା ପରେ ଇଣ୍ଡିଆନ ବ୍ୟାଙ୍କ କର୍ତ୍ତୃପକ୍ଷ ଦିବ୍ୟାଙ୍ଗ ସୁମତିଙ୍କ ପେନଶନ ବନ୍ଦ କରିଦେଇଥିଲେ । ଫଳରେ ନିରାଶ ହୋଇ ସୁମତି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲାପାଳ ସତ୍ୟରଞ୍ଜନ ସାହୁ ସୁମତିଙ୍କ ଅଭିଯୋଗ ଶୁଣିବାପରେ ମାମଲାରେ ହସ୍ତକ୍ଷେପ କରି ଇଣ୍ଡିଆନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଦିବ୍ୟାଙ୍ଗ ସୁମତିଙ୍କୁ ତାଙ୍କ ପରିବାର ପେନଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ସୁମତି ପୁଣିଥରେ ନିଜର ପରିବାର ପେନଶନ ପାଇବା ସହିତ ଜିଲାପ୍ରଶାସନ ପକ୍ଷରୁ ତାଙ୍କୁ ଏକ ହୁଇଲ ଚେୟାର ଓ କମ୍ବଳ ପ୍ରଦାନ କରାଯାଇଥିବା ଜଣାଯାଇଛି । ଜିଲାପାଳଙ୍କ ତ୍ୱରିତ ପଦକ୍ଷେପ ପାଇଁ ସୁମତି ଜିଲା ପ୍ରଶାସନ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି ।
Post a Comment